Latest Odisha News

BREAKING NEWS

ସୁନ୍ଦରଗଡ଼ର ବିଶ୍ରାରେ କଣ୍ଟେନମେଣ୍ଟ ଅବଧି ଆହୁରି ୪୮ ଘଣ୍ଟା ବଢିଲା

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାର ବିଶ୍ରା ଟାଉନରେ କୋଭିଡ-୧୯ ସଂକ୍ରମଣ ପାଇଁ ଲାଗୁ ହୋଇଥିବା କଣ୍ଟେନମେଣ୍ଟ ଅବଧିକୁ ଆହୁରି ୪୮ ଘଣ୍ଟା ବୃଦ୍ଧି କରିବାକୁ ସୁନ୍ଦରଗଡ ପ୍ରଶାସନ ଗୁରୁବାର ନିଷ୍ପତ୍ତି ନେଇଛି।

“ଏହି ଆଦେଶ ତୁରନ୍ତ କାର୍ଯ୍ୟକାରୀ ହେବ ଏବଂ କଣ୍ଟେନମେଣ୍ଟ ଜାରି ରହିବ। ଏହି ନିର୍ଦ୍ଦେଶର ପରବର୍ତ୍ତୀ ୪୮ ଘଣ୍ଟା ଏବଂ ତତପରେ ଯଦି ପରିସ୍ଥିତିରେ ସୁଧାର ନଆସେ ତେବେ ଏହି ଅବଧିକୁ ପୁଣି ବୃଦ୍ଧି କରାଯାଇପାରେ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ଏପ୍ରିଲ୍ ୧୨ରେ ଦୁଇଜଣ ବ୍ୟକ୍ତି କରୋନା ଭାଇରସ ଦ୍ଵାରା ଆକ୍ରାନ୍ତ ହେବା ପରେ ସେହି ଅଞ୍ଚଳକୁ ନିରିକ୍ଷଣରେ ରଖାଯିବା ସହ ସିଲ୍ କରାଯାଇଥିଲା।

Leave A Reply

Your email address will not be published.