Latest Odisha News

କଙ୍ଗନାଙ୍କ ଭଉଣୀ ରଙ୍ଗୋଲିଙ୍କ ଆକାଂଉଟକୁ ସସପେଣ୍ଡ କଲା ଟୁଇଟର

ମୁମ୍ବାଇ: ବଲିଉଡର ଗ୍ଲାମର କୁଇନ କଙ୍ଗନା ରାନାୱତଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲଙ୍କ ଆକାଂଉଟକୁ ଟୁଇଟର ସସପେଣ୍ଡ କରିଦେଇଛି । ସୋସିଆଲ ସାଇଟରେ ରଙ୍ଗୋଲି ଅଧିକ ସମୟ କାଟିଥାନ୍ତି । ତାଙ୍କର କେତେକ ଟୁଇଟ ବିବାଦ ମଧ୍ୟ ସୃଷ୍ଟି କରିଛି । କିଛି ଦିନ ତଳେ ଟୁଇଟର ପକ୍ଷରୁ ଏ ନେଇ ତାଙ୍କୁ ସତର୍କ କରାଯାଇଥିଲା । ମାତ ରଙ୍ଗୋଲି ବିବାଦୀୟ ଟୁଇଟ କରିବା ଜାରି ରଖିଥିଲେ ।

ତେବେ ଟୁଇଟର ଭାରତ ବିରୋଧୀ ବୋଲି ସେ କହିଛନ୍ତି । ଆମର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କୁ ଆତଙ୍କାବଦୀ କହୁଥିବା ଲୋକଙ୍କୁ ଟୁଇଟର କିଛି କହୁ ନ ଥିବା ବେଳେ ଦେଶ ସପକ୍ଷରେ ଯିଏ ଛିଡା ହେଉଛି ତା ବିରୋଧରେ ଏ ଭଳି ପଦକ୍ଷେପ ଗ୍ରହଣ କରୁଛି । ସ୍ୱାସ୍ଥ୍ୟକର୍ମୀ ଓ ପୋଲିସଙ୍କ ଉପରକୁ ପଥର ପକାଉଥିବା ଆମନବୀୟ ବ୍ୟକ୍ତିଙ୍କୁ ବିରୋଧରେ ଲେଖିବା କଣ ଖରାପ ବୋଲି ସେ ପ୍ରଶ୍ନ କରିଛନ୍ତି ।

Comments are closed.