Latest Odisha News

ମହାନଦୀ ବିବାଦ ପ୍ରସଙ୍ଗ: ଅକ୍ଟୋବର ୧୩କୁ ଘୁଞ୍ଚିଲା ଟ୍ରିବ୍ୟୁନାଲର ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦର ଶୁଣାଣି ଆସନ୍ତା ଅକ୍ଟୋବର ମାସ ୧୩ ତାରିଖରେ ଶୁଣାଣି ହେବାକୁ ସ୍ଥିର ହୋଇଛି । ଏନେଇ ସେପ୍ଟେମ୍ବର ମାସ ୨୯ ତାରିଖର ଟ୍ରିବ୍ୟୁନାଲରେ ଏହି ବିବାଦର ଶୁଣାଣି ହେବାକୁ ସ୍ଥିର ପୂର୍ବରୁ ସ୍ଥିରୀକୃତ ହୋଇଥିଲା ମାତ୍ର ବୁଧବାର ଦିନ ଟ୍ରିବ୍ୟୁନାଲର ଭିତ୍ତିଭୂମି ପ୍ରତିଷ୍ଠା ନହୋଇ ପାରିଥିବାରୁ ଏହାର ତାରିଖକୁ ଘଞ୍ଚାଇଦିଆଯାଇଛି ବୋଲି ସୂଚନା ମିଳିଛି ।

ଏହି ତାରିଖ ଘୁଞ୍ଚାଯାଇଥିବା ନେଇ ଗଠିତ ଟ୍ରିବ୍ୟୁନାଲ ପକ୍ଷରୁ ୫ଟି ରାଜ୍ୟକୁ ଅବଗତ କରାଯାଇଛି । ମହାନଦୀ ଜଳବଣ୍ଟନ ବିବାଦ ସହିତ ଜଡ଼ିତ ଥିବା ଏହି ୫ଟି ରାଜ୍ୟ ଗୁଡ଼ିକ ହେଲେ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର । ଏହି ୫ଟି ରାଜ୍ୟର ସରକାରଙ୍କୁ ଆଜି ଟ୍ରିବ୍ୟୁନାଲ ପକ୍ଷରୁ ଅବଗତ କରାଯାଇଛି ।

କେନ୍ଦ୍ର ସରକାର ଏହି ମହାନଦୀ ଜଳ ବଣ୍ଟନ ବିବାଦକୁ ନେଇ ଏହି ବର୍ଷ ମାର୍ଚ୍ଚ ୨୨ ତାରିଖରେ ଏକ ଟ୍ରିବ୍ୟୁନାଲ ଗଠନ କରିଥିଲେ ।

ଏହି ଟ୍ରିବ୍ୟୁନାଲ ଗଠନ ପରେ ମହାନଦୀ ସମ୍ପର୍କରେ ତଥା ମହାନଦୀ ଅବବାହିକା ଦେଇ ଯାଇଥିବା ରାଜ୍ୟ ଗୁଡ଼ିକରେ ବିଭିନ୍ନ ଜଳ ଯୋଜନା ସମ୍ପର୍କରେ ଅବଗତ କରିଥିଲେ ।

Leave A Reply

Your email address will not be published.