Latest Odisha News

ରାଜ୍ୟରେ ସୁସ୍ଥ ହେଲେ ଆଉ ୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୩ କରୋନା ଆକ୍ରାନ୍ତ । ୩ ଦିନ ପରେ ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆସିଛି ଆଶ୍ୱସ୍ତିକର ଖବର । ଭୁବନେଶ୍ୱରରୁ ୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୨୪ଜଣ ସୁସ୍ଥ ହୋଇଛନ୍ତି ।ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ ।

ଆଜି ସୁସ୍ଥ ହୋଇଥିବା ୩ କରୋନା ଆକ୍ରାନ୍ତ ଭୁବନେଶ୍ୱରର । ସେମାନଙ୍କ ପରୀକ୍ଷା ନେଗେଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଖୁବ୍‌ଶୀଘ୍ର ଡିସଚାର୍ଜ କରାଯିବ।
ରାଜ୍ୟରେ ୮୬୧୯ଟି ନମୂନା ପରୀକ୍ଷାର ରିପୋର୍ଟ ମିଳିଛି । ଏଥିରୁ ପଜିଟିଭ ବ୍ୟକ୍ତିଙ୍କ ସଂଖ୍ୟା ୬୧ ରହିଛି । ୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ୩୯ ଜଣ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ।

Comments are closed.