ଅନୁଗୁଳ/ସୁନ୍ଦରଗଡ: ଲକଡାଉନରେ ହେଲେ ହାତକୁ ଦି ହାତ । ମାସ୍କ ପିନ୍ଧି ବେଦିରେ ବସିଲେ ବର-କନ୍ୟା । କରୋନାକୁ କଲେନି ଖାତିର । ଲକଡାଉନ ଅଟକାଇ ପାରିଲାନି ବିବାହ । ନଥିଲା ବାଜ କି ବାଣ ରୋଷଣି । ସାଙ୍ଗ ସାଥି, ବନ୍ଧୁବାନ୍ଧବ ବି ଅଧିକ ନଥିଲେ । କେବଳ ଘର ଲୋକଙ୍କ ଗହଣରେ ପଡିଛି ହାତଗଣ୍ଠି । ରାଜନନ୍ଦିନୀଙ୍କ ହାତ ଧରିଛନ୍ତି ପ୍ରିୟବ୍ରତ । କନିଆ ମଥାରେ ସିନ୍ଦୂର ଦେଇଥିଲେ ବର, ବେକରେ ଫୁଲମାଳ ବି ପକାଇଥିଲେ । ହାତଗଣ୍ଠି ପଡିଲା, କଉଡି ଖେଳ ବି ହେଲା ।
ଆଉ ସବୁଠୁ ରୋଚକ ଥିଲା ବର-କନିଆ ମୁହଁରେ ମାସ୍କ । ବିବାହରେ ସାମିଲ ହୋଇଥିବା ପଣ୍ଡିତ ବି ମାସ୍କ ପିନ୍ଧିଥିଲେ । ପରିବାର ବର୍ଗ ଓ ବନ୍ଧୁ ବନ୍ଧବ ବି ଭୁଲି ନଥିଲେ ମାସ୍କ ପିନ୍ଧିବାକୁ । ହେଲେ ଏଇ ବାହାଘରରେ ଥିଲା କଟକଣା । ସାମାଜିକ ଦୂରତା ଭିତରେ ଶେଷ ହୋଇଥିଲା ବିବାହ ।
ରାଜ୍ୟରେ ଲକଡାଉନ ସ୍ଥିତି ଭିତରେ ତାଳଚେର ବ୍ଲକ ସଂଥପଡା ଗାଁରେ ହୋଇଛି ଏଭଳି ଏକ ନିଆରା ବିବାହ । ଆଗକୁ ଶୁଭ ଦିନ ନଥିବାରୁ ପ୍ରଶାସନର ଅନୁମତି ନେଇ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । ଉଭୟ ନବ ଦମ୍ପତି କୋରନାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦଶ ହଜାର ଟଙ୍କା ଦାନ ମଧ୍ୟ କରିଛନ୍ତି ।
ସେହିପରି ସୁନ୍ଦରଗଡ ନୁଆଁଡିହି ଗାଁରେ ମଧ୍ୟ ସମାନ ଧରଣ ବିବାହ ହୋଇଥିବା ଦେଖିବାକୁ ମିଳିଛି । କରୋନାର କଟକଣା ଭିତରେ ଅମ୍ରିତଙ୍କ ହାତ ଧରିଛନ୍ତି ଶୁଭଶ୍ରୀ। ସାମାଜିକ ଦୂରତା ଓ କଟକଣାକୁ ମାନି ଦୁହେଁ ଏକାଠି ହୋଇଛନ୍ତି ।
BREAKING NEWS
- ୧୦ ବଡ଼ ପ୍ରସ୍ତାବକୁ କ୍ୟାବିନେଟ ମୋହର
- ୬ ଅଲିଭ୍ ରିଡଲେ କଇଁଛଙ୍କୁ ସାଟେଲାଇଟ୍ ଟ୍ୟାଗିଂ…
- ବିଜେପି ଶାସନରେ ଦୁଷ୍କର୍ମ ମାମଲା; ବର୍ଷିଲେ ନବୀନ ପଟ୍ଟନାୟକ
- ପୁଣି ଆଉ ଜଣେ ଭାରତୀୟଙ୍କୁ ୧୫ ଘଣ୍ଟା ଅଟକ ରଖିଲା ଚୀନ, ଖାଇବାକୁ ବି ଦେଲାନି…
- ମାତ୍ର ୩ଘଣ୍ଟା ମଧ୍ୟରେ ଚେକ୍ କ୍ଲିୟର…RBI ଏହି ନିୟମକୁ ବର୍ତ୍ତମାନ ପାଇଁ କଲା ସ୍ଥଗିତ
- Army Officer martyred: ଜମ୍ମୁ ଓ କଶ୍ମୀରରେ ଏକ ସେନା ଶିବିରରେ ଫାୟରିଂ; ଜଣେ ସେନା ଅଧିକାରୀ ସହିଦ
- ଭୁବନେଶ୍ୱର-କଟକ-ପୁରୀ-ପାରାଦୀପରେ ୬୪୫ କିମି. ଦୀର୍ଘ ୩ଟି ରିଙ୍ଗ୍ ରୋଡ୍ ନିର୍ମାଣ ହେବ: ମୁଖ୍ୟମନ୍ତ୍ରୀ
- ଭାରତରେ କେଉଁ ଧର୍ମର ଲୋକେ ଅଧିକ ସନ୍ତାନ ଜନ୍ମ କରନ୍ତି? ବିବାଦ ସୃଷ୍ଟି କରିଛି ନବନୀତ ରାଣାଙ୍କ ବୟାନ…
- ଷ୍ଟାର୍ ପ୍ରଚାରକଠାରୁ ଷ୍ଟାଟର୍ଜୀ ମାଷ୍ଟର! ନୂଆ ବର୍ଷରୁ ବଦଳିବ କଂଗ୍ରେସର ପାୱାର ବ୍ୟାଲେନ୍ସ, ପ୍ରିୟଙ୍କାଙ୍କୁ ମିଳବ କି ନୂଆ ଦାୟିତ୍ୱ?
- ଅଭୟାରଣ୍ୟରୁ ୬ ଶିକାରୀ ଗିରଫ, ପାଖରେ ଥିଲା ୧୪୬ ବଜ୍ରକାପ୍ତା କାତି ସହ ବିସ୍ଫୋରକ ସାମଗ୍ରୀ
Comments are closed.