ଭଦ୍ରକ: ଭଦ୍ରକ ସହରରେ ଦୁଇଟି କଣ୍ଟେନମେଣ୍ଟ ଜୋନ୍ – ଚରମ୍ପା ଏବଂ ଇରେନ୍ ଉପରେ ଲାଗୁ କରାଯାଇଥିବା କଟକଣାକୁ ହଟାଇ ଦିଆଯାଇଛି ବୋଲି ଜିଲ୍ଲାପାଳ ଜ୍ଞାନ ଦାସ ପ୍ରକାଶ କରିଛନ୍ତି।
ଏପରିକି ସେ ଏନେଇ ରବିବାର ଦିନ ଟ୍ୱିଟ୍ କରିଛନ୍ତି।
ଏହାଛଡା ସହରରେ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ସମସ୍ତ ତିନିଜଣ ସୁସ୍ଥ ହୋଇଯାଇଛନ୍ତି।
ଯାହା ଫଳରେ କଣ୍ଟେନମେଣ୍ଟ କଟକଣା ଉଠାଯାଇଥିବା ବେଳେ ଏହି ସ୍ଥାନଗୁଡିକରେ ଲକଡାଉନ୍ ପ୍ରତିବନ୍ଧକ ଜାରି ରହିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ସହରରେ କୋଭିଡ-୧୯ ସଂକ୍ରମଣରେ ତିନି ଜଣ ଆକ୍ରାନ୍ତ ହେବେ ପ୍ରଶାସନ ପକ୍ଷରୁ ତିନୋଟି ସ୍ଥାନ – ପୁରୁଣା ବଜାର, ଚରମ୍ପା ଏବଂ ଇରେନ୍ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଥିଲା।
Comments are closed.