ମାଲାକାନଗିରି: ମାଲକାନଗିରିରେ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ କଟକଣା କୋହଳ ହୋଇଛି । ଅଣସମ୍ବେଦନଶୀଳ କ୍ଷେତ୍ରକୁ ଗୁରୁତ୍ୱ ଦେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
କୃଷି କାର୍ୟ୍ୟକ୍ରମ ସହ ଖୋଲିବ ସରକାରୀ ଅଫିସ। ନିର୍ମାଣ କାର୍ୟ୍ୟ ମଧ୍ୟ ଆରମ୍ଭ ହେବ । କୃଷିକାର୍ୟ୍ୟରେ ବିହନ, ସାର, କୀଟନାଶକ ଓ ଆବଶ୍ୟକ କୃଷି ଯନ୍ତ୍ରପାତି ପାଇଁ ଦୋକାନ ଖୋଲା ରହିବ । ଉଦ୍ୟାନ କୃଷି ଓ ମତ୍ସ୍ୟ ଚାଷ କ୍ଷେତ୍ରରେ ସମସ୍ତ କାର୍ୟ୍ୟକୁ ମଧ୍ୟ କଟକଣା ମୁକ୍ତ କରାଯାଇଛି।
ସେହିପରି ସାମାଜିକ ଦୂରତା ରଖି ଆରମ୍ଭ ହୋଇଛି ଗଏଘଜଋଏଇ କାମ। ନିର୍ମାଣ କାମ ଚାଲୁ ରଖିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା ଝଙଚ ପାଳନକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିର୍ମାଣ ପାଇଁ ଅନୁମତି ମିଳିଛି । ୬୦ ବର୍ଷରୁ ଅଧିକ ବୟସର ଶ୍ରମିକଙ୍କୁ କାମ କରିବାକୁ ଅନୁମତି ନାହିଁ ।
ଡାକ୍ତରଖାନା, ପଶୁ ଚିକିତ୍ସାସେବା ଓ ଅତ୍ୟାବଶ୍ୟକ ସେବା ପରିବହନ ପାଇଁ ଘରୋଇ ଗାଡି ଯାତାୟତକୁ ଅନୁମତି ମିଳିବ । ଚାରି ଚକିଆରେ ଡ୍ରାଇଭର ବାଦ୍ ଜଣେ ଲୋକ ଓ ଦୁଇ ଚକିଆରେ କେବଳ ଚାଳକକୁ ଅନୁମିତି ମିଳବ। ତେବେ ଗ୍ରାମାଞ୍ଚଳରେ ସବୁ ପ୍ରକାର ରାସ୍ତା, ବ୍ରିଜ ଓ ଫ୍ଲାଏଓଭର ନିର୍ମାଣ ସହ ମରାମତି, ଜଳସେଚନ କାମ , ଘର ଓ ଶିଳ୍ପ ପାଇଁ ବି ନିର୍ମାଣ କାମକୁ ଅନୁମତି ମିଳିବ। ସରକାରୀ କାର୍ୟ୍ୟାଳୟ ଖୋଲା ରହିବ ଓ କେଉଁ କର୍ମଚାରୀ ଆସିବେ ସେ ନେଇ ବି ଗାଇଡଲାଇନ ଜାରି ହୋଇଛି ।
ଏହାସହ କିଛି ଔଦ୍ୟୋଗିକ କ୍ଷେତ୍ରରେ ମଧ୍ୟ କଟକଣାକୁ କୋହଳ କରାଯିବ । ତୈଳ, ଗ୍ୟାସ , ରିଫାଇନାରୀ, କୋଇଲା ଉତ୍ପାଦନ, ଖଣିଜ ଉତ୍ତୋଳନ ପରିବହନକୁ ବି ଅନୁମତି ମିଳିବ । ଆଇଟି, ହାର୍ଡେଓ୍ୱର ନିର୍ମାଣ, ଔଷଧ ଓ ଚିକିତ୍ସା ଉପକରଣ ଉତ୍ପାଦନ, ସ୍ପେଶାଲ ଇକୋନମିକ ଜୋନ୍ ରପ୍ତାନୀ ଭିତ୍ତିକ ଶିଳ୍ପ, ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ ଓ ଇଣ୍ଡଷ୍ଟ୍ରିଆଲ ଟାଉନସିପରେ ଥିବା ଶିଳ୍ପଦ୍ୟୋଗଗୁଡ଼ିକ ବି ଚାଲିବ । ମାଲକାନଗିରି ଜିଲ୍ଲାରେ ପର୍ୟ୍ୟାୟକ୍ରମେ ସମସ୍ତ ସରକାରୀ କାଯର୍ୟାଳୟ ଖୋଲିବ ।
ସରକାରୀ ଶିଳ୍ପ ପ୍ରତିଷ୍ଠାନ, ସରକାରୀ ଅନୁମୋଦିତ ହୋଇଥିବା କାର୍ୟ୍ୟ ଲାଗି ବିଭିନ୍ନ ଦୋକାନ ମଧ୍ୟ ଖୋଲିବ । ଏହାସହ ଅତ୍ୟାବଶ୍ୟକ ସାମଗ୍ରୀ ଲାଗି ଦୋକାନ ପୂର୍ବ ଧାର୍ୟ୍ୟ ସମୟ ଅନୁସାରେ ଖୋଲିବ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ଯାନବାହନର ସୁବିଧା ଲାଗି ପେଟ୍ରୋଲ ପମ୍ପ ଏବଂ ସର୍ଭିସ ସେଣ୍ଟର ମଧ୍ୟ ଖୋଲା ରହିବ ବୋଲି କହିଛନ୍ତି ମାଲକାନଗିରି ଜିଲ୍ଲାପାଳ ମନିଷ ଅଗରୱାଲ ।
BREAKING NEWS
- କାର୍ତ୍ତିକ ପୂର୍ବରୁ ଡରାଉଛି ପରିବା, ଆକାଶଛୁଆଁ ଦର ପାଇଁ ଚିନ୍ତାରେ ଖାଉଟି
- ଟିପିଡବ୍ଲ୍ୟୁଓଡ଼ିଏଲର’ସେବା ସେତୁ ଅଭିଯାନ’: ୧,୪୦୦ ରୁଫ୍ଟପ୍ ସୋଲାର୍ ଆବେଦନ ପଞ୍ଜୀକୃତ
- SIR କୁ ନେଇ CEC ଓ ମୋଦିଙ୍କୁ ପୁଣି ଟାର୍ଗେଟ୍ କଲେ ଜୟରାମ ରମେଶ: କହିଲେ,’ଫର୍ମ-୬ ବେଆଇନ..’
- ଏହି ଦିନ ସୂର୍ଯ୍ୟଙ୍କ ସ୍ୱାତୀ ନକ୍ଷତ୍ରକୁ ଗୋଚର:ଏହି ୪ ରାଶି ଉପରେ ହେବ ଧନ ବର୍ଷା
- ଇସ୍ରାଏଲ୍ର ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ
- ଦିଲ୍ଲୀରେ ଦିଲଜିତଙ୍କ କନସର୍ଟ କ୍ୟାନସଲ୍, ସୁରକ୍ଷା ଦୃଷ୍ଟିରୁ ପୋଲିସ ଦେଲାନି ଅନୁମତି
- ନାବାଳିକାଙ୍କ ପେଟରୁ ବାହାରିଲା ୨୦ କିଲୋ ଓଜନର ଟ୍ୟୁମର
- କଟକ ଷ୍ଟେସନରେ ପୂର୍ବତଟ ରେଳପଥର ‘ରେଳ ଜନ ସମ୍ବାଦ’: ଯାତ୍ରୀଙ୍କ ସମସ୍ୟା ଓ ସୁବିଧା ନେଇ ସିଧାସଳଖ ଆଲୋଚନା
- ସ୍କ୍ରବ୍ ଟାଇଫସ୍ରେ ୧୧ ବର୍ଷୀୟ ବାଳକଙ୍କ ମୃତ୍ୟୁ
- ନିୟମ ବାହାରେ ଔଷଧ ସେବନ, ୨ଟି ମ୍ୟାଚ୍ରୁ ବାହାରିଲେ ସିମର ସ୍କଟ୍

Comments are closed.