Latest Odisha News

BREAKING NEWS

ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ବାଂଲାଦେଶ, ଶୁକ୍ରବାର ଭାରତ ସହ ମୁକାବିଲା

ଆବୁଧାବି : ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବୁଧବାର ମୁକାବିଲାରେ ଖେଳା ଯାଇଥିବା ମ୍ୟାଚରେ ପାକିସ୍ତାନକୁ ବାଂଲାଦେଶ ୩୭ ରନରେ ପରାସ୍ତ କରିବା ସହିତ ଫାଇନାଲକୁ ଟିକେଟ କାଟିଛି ।

ଆବୁଧାବିର ଶେଖ ଜାୟେଦ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପାକିସ୍ତାନର ପୂରା ଟିମ ୯ ୱିକେଟ ହରାଇ ୨୦୨ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇପାରିଥିଲା । ଅନ୍ୟପକ୍ଷରେ ମୁଶଫିକର ରହିମ ଓ ମହମ୍ମଦ ମିଥୁନଙ୍କ ସଂଘର୍ଷପୂର୍ଣ୍ଣ ଇଂନିସ ଦ୍ୱାରା ରଖାଯାଇଥିବା ୨୪୦ ରନ ଲକ୍ଷ୍ୟକୁ ବାଂଲାଦେଶ ବୋଲରମାନେ ସଫଳତା ପୂର୍ବକ ବଞ୍ଚାଇଛନ୍ତି ।

ଏହି ବିଜୟ ସହ ସୁପର-୪ ପର୍ଯ୍ୟାୟରେ ଭାରତ ପଛକୁ ବାଂଲାଦେଶ ୨ୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଆସନ୍ତାକାଲି ଶୁକ୍୍ରବାର ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ଜୋରଦାର ହେବ । ସୂଚନା ଅନୁଯାୟୀ ପୂର୍ବରୁ ଭାରତ ଫାଇନାଲରେ ପ୍ରବେଶ କରି ସାରିଥିବାବେଳେ ବୁଧବାର ଅନ୍ତିମ ସୁପର-୪ ମ୍ୟାଚରେ ପାକିସ୍ତାନକୁ ହରାଇ ବାଂଲାଦେଶ ଫାଇନାଲରେ ସ୍ଥାନ ନିଶ୍ଚିତ କରିଛି ।

Leave A Reply

Your email address will not be published.