ଭୁବନେଶ୍ୱର: କରୋନା ସହ ଲଢ଼ୁଛି ସାରା ଦେଶ । ଆଜି ଏନେଇ ସମସ୍ତ ରାଜ୍ୟର ସରପଂଚଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମୁକାବିଲା ପାଇଁ ସେ ସରପଂଚମାନଙ୍କୁ ମନ୍ତ୍ର ଦେଇଛନ୍ତି । ଗାଁରେ ବାହାରୁ ଆସୁଥିବା ଲୋକଙ୍କୁ ସଂଗରୋଧରେ ରଖିବାକୁ ସବୁ ସରପଂଚ ଶପଥ ପାଠ କରିଛନ୍ତି ।
କରୋନାକୁ ରୋକିବା ପାଇଁ ସରକାରଙ୍କ ସବୁ ପଦକ୍ଷେପକୁ କଡାକଡି ଭାବେ ପାଳନ କରାଯିବ । କରୋନା ରୋକିବା ପାଇଁ ଦିଆଯାଇଥିବା ଦାୟିତ୍ୱ ଓ ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ପାଳନ କରିବାକୁ ଶପଥ ନେଇଛନ୍ତି ସରପଂଚ । ଆଜି ରାଜ୍ୟର ସମସ୍ତ ସଂରପଚଙ୍କ ସହ ଭିଡିଓ କନଫରେନ୍ସିରେ କଥା ହୋଇ ମୁଖ୍ୟମନ୍ତ୍ରୀ ସରପଂଚଙ୍କୁ ଶପଥ ପାଠ କରାଇଛନ୍ତି ।
ଏହି ଶପଥପାଠରେ କୁହାଯାଇଛି ଯେ, ମୋ ପଂଚାୟତରେ କରୋନାକୁ ରୋକିବା ପାଇଁ ମୋତେ ଦିଆଯାଇଥିବା ଦାୟିତ୍ୱ ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ପାଳନ କରିବୁ । ଅନ୍ୟ ରାଜ୍ୟରୁ ଗାଁକୁ ଆସୁଥିବା ଲୋକମାନଙ୍କୁ କ୍ୱାରେଂଟାଇନରେ ରଖିବି । ସେମାନଙ୍କ ରହିବା, ଖାଇବା ଓ ଚିକିତ୍ସାର ଉଚିତ ବ୍ୟବସ୍ଥା କରିବି । କରୋନାକୁ ରୋକିବା ପାଇଁ ସରକାରଙ୍କର ସବୁ ପଦକ୍ଷେପକୁ ମୋ ପଂଚାୟତରେ ଭାଇଭଉଣୀମାନଙ୍କ ମଙ୍ଗଳ ପାଇଁ କଡାକଡି ଭାବରେ ପାଳନ କରିବି । ମୋ ପଂଚାୟତରେ କରୋନାକୁ ପଶିବାକୁ ଦେବି ନାହିଁ ବୋଲି ସରପଂଚମାନେ ଶପଥ ନେଇଛନ୍ତି ।
BREAKING NEWS
- ଆକାଉଣ୍ଟକୁ ଗଲା ସୁଭଦ୍ରା ଯୋଜନା ଟଙ୍କା, ଖୁସିରେ ହିତାଧିକାରୀ ମହିଳା
- ଭୂମିକମ୍ପରେ ଥରିଲା ଚୀନ; ତୀବ୍ରତା ୫.୧
- ଆବାସିକ ବିଦ୍ୟାଳୟରେ ୯ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଅଭିଯୋଗ, ଜଣେ ଅଟକ
- ଗଞ୍ଜେଇ ଡିଲ୍ ଅଡିଓ ଭାଇରାଲ୍! ୨ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
- ଦେବୀ ନଦୀରେ ଯୁବକ ନିଖୋଜ; ବ୍ରିଜରେ ସ୍କୁଟି ରଖି ଡେଇଁ ପଡ଼ିଲେ…
- ବରିଷ୍ଠ ନେତା କୋଣ୍ଡାବାବୁଙ୍କ ଦେହାନ୍ତ, ରାଜନୈତିକ ମହଲରେ ଶୋକର ଛାୟା
- SCB ମେଡିକାଲ୍ କଲେଜର DEO ଗିରଫ
- ଚିନ୍ତାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ! : ସର୍ଭେରେ ପଛରେ ନେତ୍ୟାନ୍ୟାହୁଙ୍କ ଦଳ
- ହୀରାକୁଦର ୧୬ ଗେଟ୍ ଖୋଲିବା ପରେ ବଢ଼ିଲା ବନ୍ୟା ଆଶଙ୍କା
- ପୁଣି ମାଡ଼ି ଆସୁଛି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ: ପ୍ରବଳ ବର୍ଷା ଆଶଙ୍କା

Comments are closed.