ଭୁବନେଶ୍ୱର: କରୋନା ସହ ଲଢ଼ୁଛି ସାରା ଦେଶ । ଆଜି ଏନେଇ ସମସ୍ତ ରାଜ୍ୟର ସରପଂଚଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମୁକାବିଲା ପାଇଁ ସେ ସରପଂଚମାନଙ୍କୁ ମନ୍ତ୍ର ଦେଇଛନ୍ତି । ଗାଁରେ ବାହାରୁ ଆସୁଥିବା ଲୋକଙ୍କୁ ସଂଗରୋଧରେ ରଖିବାକୁ ସବୁ ସରପଂଚ ଶପଥ ପାଠ କରିଛନ୍ତି ।କରୋନାକୁ ରୋକିବା ପାଇଁ ସରକାରଙ୍କ ସବୁ ପଦକ୍ଷେପକୁ କଡାକଡି ଭାବେ ପାଳନ କରାଯିବ । କରୋନା ରୋକିବା ପାଇଁ ଦିଆଯାଇଥିବା ଦାୟିତ୍ୱ ଓ ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ପାଳନ କରିବାକୁ ଶପଥ ନେଇଛନ୍ତି ସରପଂଚ । ଆଜି ରାଜ୍ୟର ସମସ୍ତ ସଂରପଚଙ୍କ ସହ ଭିଡିଓ କନଫରେନ୍ସିରେ କଥା ହୋଇ ମୁଖ୍ୟମନ୍ତ୍ରୀ ସରପଂଚଙ୍କୁ ଶପଥ ପାଠ କରାଇଛନ୍ତି ।
ଏହି ଶପଥପାଠରେ କୁହାଯାଇଛି ଯେ, ମୋ ପଂଚାୟତରେ କରୋନାକୁ ରୋକିବା ପାଇଁ ମୋତେ ଦିଆଯାଇଥିବା ଦାୟିତ୍ୱ ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ପାଳନ କରିବୁ । ଅନ୍ୟ ରାଜ୍ୟରୁ ଗାଁକୁ ଆସୁଥିବା ଲୋକମାନଙ୍କୁ କ୍ୱାରେଂଟାଇନରେ ରଖିବି । ସେମାନଙ୍କ ରହିବା, ଖାଇବା ଓ ଚିକିତ୍ସାର ଉଚିତ ବ୍ୟବସ୍ଥା କରିବି । କରୋନାକୁ ରୋକିବା ପାଇଁ ସରକାରଙ୍କର ସବୁ ପଦକ୍ଷେପକୁ ମୋ ପଂଚାୟତରେ ଭାଇଭଉଣୀମାନଙ୍କ ମଙ୍ଗଳ ପାଇଁ କଡାକଡି ଭାବରେ ପାଳନ କରିବି । ମୋ ପଂଚାୟତରେ କରୋନାକୁ ପଶିବାକୁ ଦେବି ନାହିଁ ବୋଲି ସରପଂଚମାନେ ଶପଥ ନେଇଛନ୍ତି ।
BREAKING NEWS
- ରାଜଧାନୀ ରାଜରାସ୍ତାରେ ନଡ୍ଡା, କରୁଛନ୍ତି ପାଓ୍ବାର ସୋ
- +୯୨ ନମ୍ବର ଥିବା ହ୍ୱାଟ୍ସଆପ୍ କଲ୍ ଆସିଲେ ସାବଧାନ, ସାଇବର ଠକେଇ ନେଇ ସତର୍କତା
- ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କାରେ ୧୪ ଆହତ, ୪ ଜଣଙ୍କ ଅବସ୍ଥା ଗୁରୁତର
- ମର୍ମନ୍ତୁଦ ସଡକ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ଚାଲିଗଲା ୮ ଜଣଙ୍କ ଜୀବନ
- ଖଲ୍ଲିକୋଟରେ ରାଜନୈତିକ ହିଂସା: ଚାଲିଗଲା ଜଣଙ୍କର ଜୀବନ, ୭ ଆହତ
- ନିର୍ବାଚନ ସମୟରେ ବଢିବ ତାତି, ଶୀଘ୍ର ଆସିବ ମୌସୁମୀ
- ନବୀନ, ନଡ୍ଡାଙ୍କ ପ୍ରଚାରରେ ଦୁଲୁକିବ ରାଜଧାନୀ: ସକାଳେ ବିଜେପି, ସନ୍ଧ୍ୟାରେ ବିଜେଡିର ମେଗା ରୋଡ଼ ସୋ’
- ରାଜଧାନୀରେ ବିଳମ୍ବିତ ରାତିରେ ସିଲିଣ୍ଡର ବିସ୍ଫୋରଣ, ଜଳିଗଲା ୩ ଦୋକାନ
- ମୋଦୀଙ୍କ ପାଇଁ ଚିଙ୍ଗୁଡି ମସଲା ରାନ୍ଧିବେ ମାଷ୍ଟର ସେଫ୍ ମମତା
- ଶୀଘ୍ର ମୃତ୍ୟୁବରଣ କରିଥାଆନ୍ତି ଏହି ଖାଦ୍ୟ ଖାଉଥିବା ଲୋକେ…