Latest Odisha News

BREAKING NEWS

ଜାଣନ୍ତୁ କେଉଁ ଦେଶ ବୟସ୍କଙ୍କ ବଦଳରେ ଛୋଟ ପିଲାଙ୍କ ପାଇଁ ଲକ୍‌-ଡାଉନ୍ ଖୋଲିଲା ?

ସ୍ପେନ୍‌: ଆଗାମୀ ସପ୍ତାହରେ ଛୋଟ ପିଲାଙ୍କ ପାଇଁ ସ୍ପେନ ଖୋଲିବ କରୋନା ଲକ୍‌-ଡାଉନ୍ । ତାଲା ବନ୍ଦରେ ଛୋଟ ପିଲାଙ୍କ ପ୍ରତି ଅନ୍ୟାୟ ହେଉଥିବା ନେଇ ସରକାରଙ୍କୁ କଡା ସମାଲୋଚନାର ଶିକାର ହେବାକୁ ପଡିଥିଲା । ମଙ୍ଗଳବାର ସ୍ୱାସ୍ଥ୍ୟମନ୍ତ୍ରୀ ସାଲ୍‌ଭାଡୋର୍ ଇଲା ବୟସ୍କଙ୍କ ବଦଳରେ ଛୋଟ ପିଲାଙ୍କ ପାଇଁ ଲକ୍‌-ଡାଉନ୍ କୋହଳ କରାଯିବା ନେଇ ଘୋଷଣା କରିଥିଲେ ।

ପୂର୍ବରୁ ପିତାମାତାଙ୍କ ସହ ଜରୁରୀ ସାମଗ୍ରୀ ଆଣିବା ପାଇଁ ଛୋଟ ପିଲାଙ୍କୁ ବାହାରକୁ ଯିବା ପାଇଁ ଅନୁମତି ରହିଥିଲା । ହେଲେ ସୋସିଆଲ ମିଡିଆରେ ଛୋଟ ପିଲାଙ୍କୁ ଖେଳିବା ପାଇଁ ବାହାରକୁ ଛାଡିବା ପାଇଁ ଦାବି ଜୋର ଧରିଥିଲା । ଏପରିକି ମାଦ୍ରିଦ୍‌ର ଲୋକେ ଘର ବାହାରେ ଓ ବାଲକୋନିରେ ଛିଡା ହୋଇ କଂସାବାସନ ବାସନ ବଜାଇ ପ୍ରତିବାଦ କରିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ୨୬ତାରିଖରୁ ୧୪ ବର୍ଷ ତଳକୁ ପିଲାମାନେ ବାହାରକୁ ଯାଇପାରିବେ । ତେବେ କେଉଁଠି ଓ କେଉଁ ସମୟରେ ତାହା ଆଗକୁ ଘୋଷଣା ହେବ । ସେହିଭଳି କରୋନା ମହାମାରୀ ପାଇଁ ସ୍ପେନ୍ ପର୍ଯ୍ୟଟନ ଉଦ୍ୟୋଗ ବି କ୍ଷତିଗ୍ରସ୍ତ ହୋଇଛି ।

ଚଳିତବର୍ଷ ଐତିହାସିକ ସାନ୍ ଫର୍ମିନ୍ ବୁଲ୍ ରନିଂ ଫେଷ୍ଟିଭାଲ୍ ୧୯୭୮ ପରେ ପ୍ରଥମ ଥର ପାଇଁ ବାତିଲ ହୋଇଛି । ଏହି ଉତ୍ସବ ସାରା ବିଶ୍ୱରୁ ହଜାରହଜାର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।

Comments are closed.