Latest Odisha News

BREAKING NEWS

ଅଭିଜିତ ମିତ୍ରଙ୍କ ଅଡୁଆ ବଢିଲା, ୧୧ରେ ଗୃହ କମିଟି ସାମ୍ନାରେ ହାଜର ହେବାକୁ ନୋଟିସ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ଭିଡିଓକୁ ପ୍ରସାରିତ କରିବା ଅଭିଯୋଗରେ ବଙ୍ଗାଳୀ ସାମ୍ବାଦିକ ଅଭିଯୁକ୍ତ ଅଭିଜିତ ଆୟାର ମିତ୍ରଙ୍କୁ ବିଧାନସଭା ସମନ କରିବାକୁ ଦୃଢ ନିଷ୍ପତ୍ତି ନେଇଛି ।

ଶୁକ୍ରବାର ଦିନ ବିଧାନସଭା ଗୃହକମିଟି ଅଧ୍ୟକ୍ଷ ତଥା ବିରୋଧି ଦଳ ନେତା ନରସିଂହ ମିଶ୍ର କମିଟିର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ କହିଥିଲେ । ସେ ଗଣମାଧ୍ୟମକୁ କହିଛନ୍ତି, କମିଟିର ନିଷ୍ପତ୍ତି ଅନୁଯାୟୀ ଅଭିଯୁକ୍ତ ସାମ୍ବାଦିକ ଅଭିଜିତ ଆୟାର ମିତ୍ର ଆସନ୍ତା ଅକ୍ଟୋବର ୧୧ ତାରିଖରେ ଦିନ ୧୧ଟା ସମୟରେ ବିଧାନସଭାର ୫୫ନଂ ହଲରେ କମିଟି ଆଗରେ ହାଜର ହେବେ ଏବଂ ଏଥିଲାଗି ତାଙ୍କୁ ନୋଟିସ ଜାରି କରାଯିବ ।

ସେ ମଧ୍ୟ କହିଛନ୍ତି, ଅଭିଜିତଙ୍କୁ ତାଙ୍କ ପକ୍ଷ ରଖିବାକୁ ନୋଟିସ ଜାରି କରାଯିବ ବୋଲି ଏହି କମିଟି ନିଷ୍ପତ୍ତି ନେଇଛି । ସେ ମଧ୍ୟ ସୂଚନା ଦେଇ କହିଛନ୍ତି, ଗଣମାଧ୍ୟମ ପ୍ରତିନିଧି, ପୁଲିସ ଡ଼ିଜି ଓ ଗୁଇନ୍ଦା ନିର୍ଦ୍ଦେଶକଙ୍କ ବୟାନ ରେକର୍ଡ଼ କରାଯାଇଛି ।

ବଙ୍ଗୀୟ ସାମ୍ବାଦିକ ଅଭିଜିତ ଆୟାର ମିତ୍ର କୋଣାର୍କ ମନ୍ଦିର ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ପ୍ରଦାନ କରିବା ସହିତ ଓଡ଼ିଶା ଏବଂ ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଇତିହାସକୁ କଦର୍ଥ କରି ଟିପ୍ପଣୀମ।ନ ଟ୍ୱିଟ୍ଟ୍ କରିଥିଲେ । ତେଣୁ ଏନେଇ କୋଣାର୍କ ଥାନାରେ ମଧ୍ୟ ତାଙ୍କ ନାମରେ ଏତଲା ଦାୟର ହୋଇଛି ।

ଅଭିଯୁକ୍ତ ବଙ୍ଗାଳୀ ସାମ୍ବାଦିକ ଅଭିଜିତ ଆୟାର ମିତ୍ର ତାଙ୍କର ବନ୍ଧୁ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଓ ବାନ୍ଧବୀ ଆରତୀ ଟିକ୍କୋ ସିଂହଙ୍କ ସହିତ ହେଲିକପ୍ଟରର ଯୋଗେ କୋଣାର୍କ ଓ ପୁରୀ ଆକାଶରେ ବୁଲାବୁଲି କରୁଥିଲେ । ଏହି ହେଲିକପ୍ଟରରୁ ଅଭିଯୁକ୍ତ ସାମ୍ବାଦିକ ଅଭିଜିତ କିଛି ଭିଡ଼ିଓ ଚିତ୍ର ମଧ୍ୟ ଉତ୍ତୋଳନ କରିଥିଲେ ।

ପରେ ଏହି ଭିଡ଼ିଓ ଚିତ୍ରକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରି କୋଣାର୍କ ମନ୍ଦିର ସମ୍ପର୍କରେ କିଛି ଅଶାଳୀନ ମନ୍ତବ୍ୟ ଦେଇଥିଲେ ଅଭିଜିତ । ଓଡ଼ିିଶାର ସ୍ୱାଭିମାନ ପ୍ରତି କୁଠାରଘାତ ହୋଇଥିବା ଅଭିଯୋଗ କରି ସାରା ଓଡ଼ିଶା ସମେତ ବିଧାନସଭା ହୁଲସ୍ତୁଲ ହୋଇଥିଲା ।

Leave A Reply

Your email address will not be published.