Latest Odisha News

BREAKING NEWS

ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଜି ରାତି ୧୦ଟା ରୁ ୬୦ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା

ଭୁବନେଶ୍ୱର: ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଆଗାମୀ ୨୬ ତାରିଖ ଯାଏଁ ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ ସଟଡାଉନ ଘୋଷଣା କଲେ ରାଜ୍ୟ ସରକାର ।

ଆଜି ରାତି ୧୦ ଟାରୁ ୨୬ ତାରିଖ ସକାଳ ୧୦ ଟା ଯାଏଁ ଏହି ସଟଡାଉନ ବଳବତ୍ତର ରହିବା ନେଇ ଘୋଷଣା ହୋଇଛି ।

ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଦେଇଥିବା ତଥ୍ୟ ଅନୁଯାୟୀ ଗତ ପାଞ୍ଚ ଦିନ ମଧ୍ୟରେ ୨୮ ଟି ନୂଆ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୨୭ ଟି ଏହି ତିନୋଟି ଜିଲ୍ଲାର। ସେମାନଙ୍କ ମଧ୍ୟରୁ କେବଳ ଜଣେ ସୁନ୍ଦରଗଡର।

ସେ କହିଛନ୍ତି, “ଏହି ତିନୋଟି ଜିଲ୍ଲାରର ଚିହ୍ନଟ ହୋଇଥିବା ଅଧିକାଂଶ ମାମଲା ପଶ୍ଚିମବଙ୍ଗ ସହିତ ଜଡିତ ଯାହା ଚିନ୍ତାର କାରଣ ପାଲଟିଛି । ତେଣୁ ଆଗାମୀ ୬୦ ଘଣ୍ଟା ଯାଏଁ ଏହି ୩ ଜିଲ୍ଲାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କିଛି ଔଷଧ ଦୋକାନ ଛଡା ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ ।

ତ୍ରିପାଠୀ କହିଛନ୍ତି ଯେ ସମସ୍ତ ସମ୍ଭାବ୍ୟ ସମ୍ପର୍କ ଅନୁସନ୍ଧାନ କରାଯିବ, ନମୁନା ଟେଷ୍ଟ ତିନି ଗୁଣ ବୃଦ୍ଧି କରାଯିବ ଏବଂ ବନ୍ଦ ସମୟରେ ସମସ୍ତ ସର୍ବସାଧାରଣ ସ୍ଥାନକୁ ସାନିଟାଇଜ କରାଯିବ।

Leave A Reply

Your email address will not be published.