Latest Odisha News

BREAKING NEWS

ଗ୍ରୀଷ୍ମ ଋତୁକୁ ନେଇ ହେଉଥିବା ବ୍ୟବସାୟରେ ୩୦,୦୦୦ କୋଟି ଟଙ୍କା କ୍ଷତି ହେବ !

ନୂଆଦିଲ୍ଲୀ: କରୋନା ଭାଇରସ ଓ ଲକଡାଉନ ଯୋଗୁ ଗ୍ରୀଷ୍ମଋତୁକୁ ନେଇ ହେଉଥିବା ବ୍ୟବସାୟରେ ଏଥର ପ୍ରଚୁର ପରିମାଣର କ୍ଷତି ହେବ ବୋଲି ଆକଳନ କରାଯାଉଛି । ଏକ ରିପୋର୍ଟ ମୁତାବକ ଏ ବାବଦକୁ ୩୦,୦୦୦ କୋଟି ଟଙ୍କା କମ୍ପାନୀମାନଙ୍କୁ କ୍ଷତି ସହିବାକୁ ପଡିବ । ଏସି, ଫ୍ରିଜ, ଥଣ୍ଡା ପାନୀୟ ଓ ଆଇସକ୍ରିମ କମ୍ପାନୀଗୁଡିକ ଗ୍ରୀଷ୍ମ ଋତୁରେ ଭଲ ବ୍ୟବସାୟ କରିଥାନ୍ତି ।

 କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଏବଂ ଆପ୍ଲିଆନ୍ସ ନିର୍ମାତା ସଂଘ(ସିଇଏଏମ୍‌ଏ) ଅନୁମାନ କରିଛି ଯେ, ଏ ବର୍ଷ ମାର୍ଚ୍ଚରୁ ମେ’ ମଧ୍ୟରେ ଏସି ଏବଂ ଫ୍ରିଜ୍ ବିକ୍ରିରେ ବ୍ୟବସାୟ ୨୨,୦୦୦ କୋଟି ଟଙ୍କା କମିପାରେ । ସଫ୍ଟଡ୍ରିଙ୍କ ବା ମୃଦୁପାନୀୟ କ୍ଷେତ୍ରରେ କ୍ଷତି ପରିମାଣ ପାଖାପାଖି ୫,୦୦୦ କୋଟି ଟଙ୍କା ରହିପାରେ । କୋକାକୋଲା ଏବଂ ପେପ୍‌ସିକୋ ପ୍ରକାଶ କରିଛନ୍ତି ଯେ, ଶିଳ୍ପ ବର୍ତ୍ତମାନ ଚାପ ମଧ୍ୟ ଦେଇ ଗତି କରୁଛି । ତେବେ ଘରୋଇ ବ୍ୟବହାରରେ ସାମାନ୍ୟ ସୁଧାର ଦେଖାଦେଉଥିବା ଶିଳ୍ପ ଅଧିକାରୀମାନେ ପ୍ରକାଶ କରିଛନ୍ତି । ସଙ୍ଗଠିତ ଆଇସ୍‌କ୍ରିମ୍ ଶିଳ୍ପ ପ୍ରାୟ ୨୫୦୦ କୋଟି ଟଙ୍କାର କ୍ଷତି ସହିବା ନେଇ ଆଶଙ୍କା କରିଛନ୍ତି ।

Leave A Reply

Your email address will not be published.