ନୂଆଦିଲ୍ଲୀ : କରୋନା ମହାମାରୀ ଭାରତୀୟ ସେନାର ଆଧୁନିକୀକରଣକୁ ଗୁରୁତର ଭାବେ ପ୍ରଭାବିତ କରିବ । ପୂର୍ବରୁ ଯୋଜନା କରାଯାଇଥିବା ଯୁଦ୍ଧାସ୍ତ୍ର ଖରିଦକୁ ସ୍ଥଗିତ ରଖିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ବିଚାର କରୁଛି । ପ୍ରତିରକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ମିଲିଟାରୀ ବ୍ୟାପାର ବିଭାଗ ପକ୍ଷରୁ ସେନା, ବାୟୁସେନା ଓ ନୌସେନାକୁ ଏକ ନିର୍ଦ୍ଦେଶ ଜାରି କରି ସେମାନଙ୍କ ଯୁଦ୍ଧାସ୍ତ୍ର ଖରିଦ ଯୋଜନାକୁ ସ୍ଥଗିତ ରଖିବାକୁ କହିଛି । କେନ୍ଦ୍ର ସରକାର କିଛି ବର୍ଷତଳେ ପ୍ରତିରକ୍ଷା ବାହିନୀର ଆଧୁନିକୀକରଣ ପାଇଁ ପଦକ୍ଷେପ ନେବା ଆରମ୍ଭ କରିଥିଲେ ।ବାୟୁସେନା ପାଇଁ ରାଫେଲ, ଆପାଚେ ହେଲିକାପ୍ଟର ଆଦି ଖରିଦ କରାଯାଉଥିବାବେଳେ ଋଷିଆଠାରୁ ଏସ-୪୦୦ ଖରିଦ କରାଯାଉଛି । ଉଭୟ ରାଫେଲ ଓ ଏସ-୪୦୦ ପାଇଁ ଭାରତ ଅଗ୍ରୀମ ଅର୍ଥ ମଧ୍ୟ ପ୍ରଦାନ କରିସାରିଛି । ସେହିପରି ସେନା ପାଇଁ ଅତ୍ୟାଧୁନିକ ଟ୍ୟାଙ୍କ, ହେଲିକପଫର ଓ ରାଇଫଲ ଖରିଦ ପାଇଁ ଅର୍ଡର ଦିଆଯାଇଛି । ନୌସେନା ପାଇଁ ବୁଡ଼ାଜାହାଜ ଓ ହେଲିକାପଫର ଖରିଦ କରାଯାଉଛି । କିନ୍ତୁ ଏବେ ଏସବୁ ଯୁଦ୍ଧାସ୍ତ୍ରର ଖରିଦ ବିଳମ୍ବିତ ହେବାର ଆଶଙ୍କା ଦୃଢୀଭୂତ ହୋଇଛି ।
BREAKING NEWS
- ଚାଲିଛି ଭୋଟ୍ ଗଣତି; ଆଜି ଆସିବ ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳ
- ସରକାରୀ କର୍ମଚାରୀଙ୍କ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ୍ ସୁନିଶ୍ଚିତ ହେବ
- ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଅଟକ
- ‘ଓଡିଶା ପର୍ବ ୨୦୨୪’: ଓଡ଼ିଶା ସଂସ୍କୃତିର ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ସହିଷ୍ଣୁତା
- ଭୋଟ ଗଣନା ପୂର୍ବରୁ ଅଶୋକ ଗେହେଲଟଙ୍କ ବଡ ବୟାନ….
- ୧୨୦ କୁଇଣ୍ଟାଲ ଗଞ୍ଜେଇ ଜବତ କଲା ରେଳବାଇ ପୋଲିସ, ୧୬ ଅଭିଯୁକ୍ତ ଗିରଫ
- ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା: ଆଉ ୪ ଜଣ ଅଭିଯୁକ୍ତ ଗିରଫ
- ବେଆଇନ ହର୍ଣ୍ଣ ବିରୋଧରେ ଏସଟିଏର କଡ଼ା ଚେକିଂ, ଶତାଧିକ ଅମାନିଆଙ୍କ କଟିଲା ଚାଲାଣ
- ଏଥର ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଦେଖିବ ନୂଆ କଂସ
- ଅଷ୍ଟ୍ରେଲିଆରେ ପନ୍ତଙ୍କ ମହାରେକର୍ଡ
Comments are closed.