ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ଦିନ ୨୧,୫୦୬ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ଏଯାବତ୍ କରୋନା ସଂକ୍ରମଣର ପ୍ରାୟ ୧୮,୬୬୮ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି ୭୭୫ ଜଣ ପ୍ରାଣ ହରାଇଛନ୍ତି ।
ସେହିପରି ଗତ ୨୪ ଘଣ୍ଟାରେ ଭାରତରେ ମୋଟ୍ ୫୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪୨୯ ନୂଆ କରୋନା ସଂକ୍ରମଣ ମାମଲା ରେକର୍ଡ ହୋଇଛି।
ଆହୁରି ମଧ୍ୟ ସମସ୍ତ ୫୦୬୩ ଜଣ ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।
Comments are closed.