ଭୁବନେଶ୍ୱର: ଓଡ଼ିଶାର ୩ ଜିଲ୍ଳା ଭଦ୍ରକ, ଯାଜପୁର ଓ ବାଲେଶ୍ଵର ଜିଲ୍ଲାରୁ ଉଠିଛି ୬୦ ଘଣ୍ଟିଆ ସଟଡାଉନ । ପଶ୍ଚିମବଙ୍ଗ ଲିଙ୍କ ଯୋଗୁଁ ଗତ କିଛିଦିନ ହେବ ଏହି ୩ ଜିଲ୍ଲାରେ ହଠାତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଳିବାରୁ ପ୍ରଶାସନ ପକ୍ଷରୁ ଏହାକୁ ସଟଡାଉନ ଘୋଷଣା କରାଯାଇଥିଲା ।
ଗୁରୁବାର ରାତି ୧୦ ରୁ ରବିବାର ଦିନ ୧୦ ଟା ଯାଏଁ ଏହି ସଟଡାଉନ ଘୋଷଣା ହୋଇଥିଲା । ସଟଡାଉନ ନିୟମକୁ ଶୃଙ୍ଖଳିତ ଭାବେ ପାଳନ କରିବା ସହ ପୋଲିସ ଓ ପ୍ରଶାସନକୁ ସହଯୋଗ କରିଥିବାରୁ ଏହି ୩ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ପୋଲିସ ଡିଜି । ଏହାସହ ସାମାଜିକ ଦୂରତା ବଜାଇ ରଖିବା ପାଇଁ ଡିଜି ଅନୁରୋଧ ମଧ୍ୟ କରିଛନ୍ତି।
ସଟଡାଉନ ଉଠିବା ପରେ ମଧ୍ୟରେ ଏଠାରେ ଲକଡାଉନ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
Comments are closed.