ଭୁବନେଶ୍ୱର: ମେ ୩ ତାରିଖ ପରେ ବାହାର ରାଜ୍ୟରୁ ଓଡିଶା ଫେରିବେ ଲକ୍ଷାଧିକ ଶ୍ରମିକ । ଏଥିପାଇଁ ରାଜ୍ୟ ସରକାର ବଡ ଧରଣର ଯୋଜନା କରିଛନ୍ତି । ପ୍ରବାସୀ ଶ୍ରମିକଙ୍କ ରହିବା, ଖାଇବା ଓ ଚିକିତ୍ସାର ବ୍ୟାବସ୍ଥା କରାଯାଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।
ସେ କହିଛନ୍ତି, ରାଜ୍ୟ ସରକାର ଶ୍ରମିକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି । ତେବେ ଘରକୁ ଆଣିବା ପୂର୍ବରୁ ସେମାନଙ୍କ ପାଇଁ ସେହି ରାଜ୍ୟରେ ଆଗ ଭଲ ବ୍ୟବସ୍ଥା କରନ୍ତୁ । ସେମାନଙ୍କ ଖାଇବା, ପିଇବା ଓ ରହିବା ବ୍ୟବସ୍ଥା କରନ୍ତୁ । ଏଥିପାଇଁ ରାଜ୍ୟ ସରକାର ଚାହିଁଲେ ପ୍ରତି ପରିବାରକୁ ୫ ହଜାର ଟଙ୍କା ଲେଖାଏଁ ଦିଆଯାଇପାରିବ ।
ଏଥିସହ ଫେରିବାକୁ ଥିବା ସମସ୍ତ ଶ୍ରମିକ ଭାଇଭଉଣୀଙ୍କର ସେଠାରେ ହିଁ ସ୍ୱାବ୍ ପରୀକ୍ଷା କରାଯାଉ । ଏହାପରେ ସେମାନଙ୍କୁ ଓଡିଶା ଫେରାଇ ଅଣାଯିବା ଉଚିତ ବୋଲି ନିରଂଜନ କହିଛନ୍ତି ।
ବର୍ତ୍ତମାନ ପଡୋଶୀ ରାଜ୍ୟ ପଶ୍ଟିମବଙ୍ଗରୁ ଶ୍ରମିକ ଆସି ଓଡିଶାରେ ସଂକ୍ରମଣ ବଢାଇଛନ୍ତି । ଯାଜପୁର, ବାଲେଶ୍ୱର ଓ ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତା ବଢାଇଲାଣି । ଏଭଳି ସ୍ଥିତିରେ ଯଦି ସୁରାଟ, ମୁମ୍ବାଇ ଏବଂ ଅନ୍ୟ ସ୍ଥାନରୁ ଲକ୍ଷାଧିକ ସଂଖ୍ୟାରେ ପ୍ରବାସୀ ଓଡିଆ ଆସିବେ ତେବେ ସ୍ଥିତି ଗମ୍ଭୀର ହୋଇପାରେ ବୋଲି ପିସିସି ସଭାପତି ଆଶଙ୍କା କରିଛନ୍ତି ।
BREAKING NEWS
- ଏନସିଏ ହାଇ ପର୍ଫମାନ୍ସ ପ୍ରୋଗ୍ରାମ: ୩୦ ଖେଳାଳିଙ୍କ ମଧ୍ୟରେ ଶ୍ରେୟାଶ ଆୟାର, ଈଶାନ କିଶାନ
- ଭୁବନେଶ୍ଵରରେ ମୋଦୀ, ଦଳୀୟ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର
- ପଞ୍ଜାବକୁ ହରାଇଲା ହାଇଦ୍ରାବାଦ
- ନିର୍ବାଚନ ଡ୍ୟୁଟି ଯାଇଥିବା ପୋଲିଂ ଅଧିକାରୀଙ୍କ ମୃତ୍ୟୁ, ମିଳିବ ୧୫ ଲକ୍ଷର ଅନୁକମ୍ପା ରାଶି
- ଭଂଜନଗରରେ ନିର୍ବାଚନୀ ହିଂସା, ୨ ବିଜେପି କର୍ମୀ ରକ୍ତାକ୍ତ
- ଆସନ୍ତୁ ଜାଣିବା ଆଇପିଏଲ ବ୍ରଡକାଷ୍ଟରଙ୍କ ଉପରେ କାହିଁକି ବିରକ୍ତ ହୋଇଛନ୍ତି ରୋହିତ
- ଭଦ୍ରାମୀ ଓ ସଂଯମତା ଭୁଲି ଯାଉଛନ୍ତି ବିଜେପି ନେତା: ବିଜେଡି
- ବିଜେପିକୁ ଆଶୀର୍ବାଦ କଲେ କୁଚିଣ୍ଡା ଆହୁରି ୨୦ ବର୍ଷ ପଛକୁ ପଳେଇବ: ପାଣ୍ଡିଆନ
- ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର, ବିକାଶ ବିଜେଡିର ଅସ୍ତ୍ର: ନବୀନ ପଟ୍ଟନାୟକ
- ଖଲ୍ଲିକୋଟ ନିର୍ବାଚନୀ ହିଂସା, ଗିରଫ ସଂଖ୍ୟା ୧୧କୁ ବୃଦ୍ଧି