ଭୁବନେଶ୍ୱର: ମେ ୩ ତାରିଖ ପରେ ବାହାର ରାଜ୍ୟରୁ ଓଡିଶା ଫେରିବେ ଲକ୍ଷାଧିକ ଶ୍ରମିକ । ଏଥିପାଇଁ ରାଜ୍ୟ ସରକାର ବଡ ଧରଣର ଯୋଜନା କରିଛନ୍ତି । ପ୍ରବାସୀ ଶ୍ରମିକଙ୍କ ରହିବା, ଖାଇବା ଓ ଚିକିତ୍ସାର ବ୍ୟାବସ୍ଥା କରାଯାଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।
ସେ କହିଛନ୍ତି, ରାଜ୍ୟ ସରକାର ଶ୍ରମିକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି । ତେବେ ଘରକୁ ଆଣିବା ପୂର୍ବରୁ ସେମାନଙ୍କ ପାଇଁ ସେହି ରାଜ୍ୟରେ ଆଗ ଭଲ ବ୍ୟବସ୍ଥା କରନ୍ତୁ । ସେମାନଙ୍କ ଖାଇବା, ପିଇବା ଓ ରହିବା ବ୍ୟବସ୍ଥା କରନ୍ତୁ । ଏଥିପାଇଁ ରାଜ୍ୟ ସରକାର ଚାହିଁଲେ ପ୍ରତି ପରିବାରକୁ ୫ ହଜାର ଟଙ୍କା ଲେଖାଏଁ ଦିଆଯାଇପାରିବ ।
ଏଥିସହ ଫେରିବାକୁ ଥିବା ସମସ୍ତ ଶ୍ରମିକ ଭାଇଭଉଣୀଙ୍କର ସେଠାରେ ହିଁ ସ୍ୱାବ୍ ପରୀକ୍ଷା କରାଯାଉ । ଏହାପରେ ସେମାନଙ୍କୁ ଓଡିଶା ଫେରାଇ ଅଣାଯିବା ଉଚିତ ବୋଲି ନିରଂଜନ କହିଛନ୍ତି ।
ବର୍ତ୍ତମାନ ପଡୋଶୀ ରାଜ୍ୟ ପଶ୍ଟିମବଙ୍ଗରୁ ଶ୍ରମିକ ଆସି ଓଡିଶାରେ ସଂକ୍ରମଣ ବଢାଇଛନ୍ତି । ଯାଜପୁର, ବାଲେଶ୍ୱର ଓ ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତା ବଢାଇଲାଣି । ଏଭଳି ସ୍ଥିତିରେ ଯଦି ସୁରାଟ, ମୁମ୍ବାଇ ଏବଂ ଅନ୍ୟ ସ୍ଥାନରୁ ଲକ୍ଷାଧିକ ସଂଖ୍ୟାରେ ପ୍ରବାସୀ ଓଡିଆ ଆସିବେ ତେବେ ସ୍ଥିତି ଗମ୍ଭୀର ହୋଇପାରେ ବୋଲି ପିସିସି ସଭାପତି ଆଶଙ୍କା କରିଛନ୍ତି ।
BREAKING NEWS
- ବ୍ରହ୍ମପୁର ମରଣାନ୍ତକ ଆକ୍ରମଣକୁ ନେଇ ଗର୍ଜିଲେ ନବୀନ, ‘ରାଜ୍ୟରେ ଚାଲିଛି ଗୁଣ୍ଡାରାଜ୍’
- ବେଙ୍ଗଲରେ ‘ବୁଲଡୋଜର ଆକ୍ସନ୍’: ହଟିଲେ ଉଠାଦୋକାନୀ, ମାଟିରେ ମିଶିଲା ବେଆଇନ ନିର୍ମାଣ
- ଓଡ଼ିଶାରେ ସାଂଘାତିକ ତାତି: ୪୩ ଡିଗ୍ରୀ ପାର୍ କଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଉପରେ ରାଜ୍ୟର ଅନେକ ସହର
- ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
- IndiGo Flight Power Cut: ବସିଛନ୍ତି ୧୬୦ ଯାତ୍ରୀ, ହଠାତ୍ ଚାଲିଗଲା ବିମାନରେ ଲାଇନ୍…ତା ପରେ କିଛି ଏମିତି ହେଲା…
- ମମତାଙ୍କ ଅମଳରେ କୋଣଠେସା ହୋଇଥିଲେ, ଏବେ ମିଳିଲା ବଡ଼ ଦାୟିତ୍ୱ: ଆଇପିଏସ ଦମୟନ୍ତୀ ସେନ୍ଙ୍କ ଦମ୍ଦାର କମ୍ବ୍ୟାକ୍
- “ମୋର ନୀରବତାକୁ ଦୁର୍ବଳତା ଭାବନ୍ତୁ ନାହିଁ, ଖୁବ୍ ଶୀଘ୍ର ବାଂଲାଦେଶ ଫେରିବି”: ମହମ୍ମଦ ୟୁନୁସଙ୍କୁ ଶେଖ୍ ହାସିନାଙ୍କ ଖୋଲା ଚେତାବନୀ
- ବାଣୀବିହାର ହଷ୍ଟେଲରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଠି ଓ ରଡ୍ମାଡ଼, ୩ ଗୁରୁତର
- ରାଜ୍ୟରେ ଭୁଶୁଡ଼ି ପଡ଼ିଛି ଆଇନଶୃଙ୍ଖଳା: ବାଲିଅନ୍ତା ପରେ ଏବେ ବ୍ରହ୍ମପୁର, ରାସ୍ତା ମଝିରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଦୁର୍ବୃତ୍ତ
- ୫ ଦିନ ଭିତରେ ଦ୍ଵିତୀୟ ଥର ବଢିଲା ପେଟ୍ରୋଲ ଦର, ପକେଟ୍ ଉପରେ ପଡ଼ିବ ସିଧାସଳଖ ପ୍ରଭାବ
Comments are closed.