Latest Odisha News

BREAKING NEWS

ଆସିଲା ବାଲେଶ୍ୱରର ୫ କରୋନା ପଜିଟିଭ୍‌ଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର: ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୫ କରୋନା ପଜିଟିଭଙ୍କ ଗସ୍ତ ବିବରଣୀ ଦେଇଛି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ । ୧୦୪ରୁ ୧୦୮ ନମ୍ବର ଯାଏଁ କରୋନା ପଜିଟିଭ ରୋଗୀ ନେଳିଆବାଗ ଅଞ୍ଚଳର ବୋଲି ସୂଚନା ଦିଆଯାଇଛି ।

ତଥ୍ୟ ଅନୁଯାୟୀ, ୧୦୪, ୧୦୫, ୧୦୬ ଓ ୧୦୭ ନମ୍ବର ରୋଗୀ ୬୧ ନମ୍ବର କରୋନା ରୋଗୀଠାରୁ ସଂକ୍ରମିତ ହୋଇଛନ୍ତି । ୧୦୮ ନମ୍ବର କରୋନା ପଜିଟିଭ୍ ରୋଗୀ ୭୯ ନମ୍ବର ସଂକ୍ରମିତଙ୍କ ପଡୋଶୀ ବୋଲି ଜଣାପଡିଛି ।

୫୮ ବର୍ଷ ବର୍ଷୀୟ ୬୧ ନମ୍ବର କୋଭିଡ ୧୯ ରୋଗୀଙ୍କୁ ଜିଲ୍ଲାର ସୁପର ସ୍ପ୍ରେଡର ବୋଲି କୁହାଯାଉଛି । ସେ ମୋଟ ୧୧ଜଣଙ୍କୁ ସଂକ୍ରମିତ କରିଛନ୍ତି ।

Leave A Reply

Your email address will not be published.