ବେଜିଂ: କରୋନା ଭାଇରସ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପରେ ଚୀନରେ ବିଭିନ୍ନ ବଜାର ଖୋଲିବା ଆରମ୍ଭ ହୋଇଛି । ଡେଲି ମେଲ ରିପୋର୍ଟ ମୁତାବକ ଗୁରୁବାର ନାନିଂରେ ଥିବା ଝୋଙ୍ଗଶାନ ରୋଡ ଫୁଡ ଚୀନର କୀଟ ପତଙ୍ଗ ଖାଦ୍ୟର ବଡ ବଜାର ଅଟେ । ଏହା ଏବେ ଗ୍ରାହକଙ୍କ ପାଇଁ ଖୋଲିଛି । ଉହାନ ଠାରୁ ଏହା ୧୩୫୦ କିଲୋମିଟର ଦୂରତାରେ ଅବସ୍ଥିତ ।ନିର୍ଦ୍ଦିଷ୍ଟ କେତେକ କଟକଣାରେ ଏହାକୁ ଖୋଲା ଯାଇଛି । ୭୦ ଦିନ ପରେ ବିଛା, ବୁଢ଼ୀୟାଣି, ତେଲୁଣିପୋକ ପରି ଖାଦ୍ୟର ବଜାରରେ ଗ୍ରାହକଙ୍କ ଭିଡ ଜମିବା ଆରମ୍ଭ ହୋଇଛି । ତେବେ ଦିନକୁ ୩୦୦୦ ଗ୍ରାହକ ଏହି ଖାଦ୍ୟ ବଜାରକୁ ଆସି ପାରିବେ । ସୂଚନାଯୋଗ୍ୟ ବାଦୁଡି କିମ୍ବା ବଜ୍ରକାପ୍ତାରୁ କରୋନା ଭାଇରସ ଆସିଥିବା ଅନୁମାନ କରାଯାଉଛି । ଅବଶ୍ୟ ଏଥିନେଇ କୌଣସି ସ୍ପଷ୍ଟ ତଥ୍ୟ ପ୍ରକାଶ ପାଇ ନାହିଁ ।
BREAKING NEWS
- ସ୍ୱପ୍ନ ସାକାର କରିବା ପାଇଁ ପନ୍ତ ଛାଡି ଦେଇଥିଲେ ରସମଲେଇ, ଚିକେନ, ବିରିୟାନୀ ଖାଇବା
- ନିର୍ବାଚନ ବେଳେ ରାହୁଲଙ୍କୁ ପାକିସ୍ତାନର ପୂର୍ବତନ ମନ୍ତ୍ରୀଙ୍କ ପ୍ରଶଂସା, କଡା ଜବାବ ଦେଲା ବିଜେପି
- ସାଧାରଣ ନିର୍ବାଚନ ୨୦୨୪: ବିଜେପୁର ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ବିଭିନ୍ନ ଦଳର ପ୍ରାର୍ଥୀ
- ମମତାଙ୍କ ଦଳ ଖରାପ? ଅଧୀର ରଞ୍ଜନ କହିଲେ ଟିଏମସିକୁ ଭୋଟ୍ ଦେବା ଅପେକ୍ଷା ବିଜେପିକୁ ଦେବା ଭଲ
- ଟି୨୦ ବିଶ୍ୱକପ: ଏବେ ବି ରିଙ୍କୁ, ରାହୁଲ, ରିତୁରାଜଙ୍କ ନିକଟରେ ରହିଛି ସୁଯୋଗ
- ଥାନା ପରିସରରେ ପଡ଼ି ରହିଥିବା ଶହ ଶହ ଗାଡିର ହେଲା ନିଲାମ
- କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଲେ ଦୁଲାଲ, ବଦଳିଯିବ କଂଗ୍ରେସର ଗଣିତ?
- ନବୀନଙ୍କ ଗଡ଼ରେ ମୋଦୀ କରିବେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର, କ’ଣ ରହିଛି ନିର୍ବାଚନ ଗଣିତ?
- ବିଜେପିକୁ ଶକ୍ତ ଝଟକା: ବିଜେଡିରେ ମିଶିଲେ ଅମୀୟ ଦାଶ
- ବାପାର କଟୁରୀ ଚୋଟରେ ପୁଅର ମୃତ୍ୟୁ, ବାପ ଗୁରୁତର