ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବାରବାଟୀ ନିକଟ ବ୍ରାହ୍ମଣୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ କୁଆଖିଆ ଥାନା ରାଜେନ୍ଦ୍ରପୁର ହାଟସାହି ଗ୍ରାମର ଅକ୍ଷୟ କୁମାର ଦ୍ୱିବେଦୀ ।
ସେ ଗତ ଦୁଇ ଦିନ ହେବ ଘରୁ ନିଖୋଜ ଥିଲେ । ନିଖୋଜ ହେବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ତେବେ ଆଜି ବ୍ରାହ୍ମଣୀ ନଦୀର ଓଡ଼ଙ୍ଗ ଛନ୍ଦା ନିକଟରେ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସକୁ ଜଣାଇଥିଲେ। ପରେ ପୋଲିସ ସେଠାରେ ପହଞ୍ଚି ନଦୀରୁ ମୃତଦେହ ଉଦ୍ଧାର କରିଥିଲା ।
ପରେ ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିଥିଲେ। ଧର୍ମଶାଳା ପୋଲିସ ମୃତଦେହ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁର କାରଣ ଜଣାପଡିନାହିଁ।
BREAKING NEWS
- Spying For Pakistan: ପାକ୍ ଗୁପ୍ତଚରଙ୍କୁ ଗୋପନୀୟ ତଥ୍ୟ ପଠାଉଥିବା ଅଭିଯୋଗରେ ଅବସରପ୍ରାପ୍ତ IAF ଅଧିକାରୀ ଗିରଫ
- Odisha Masters 2025:ଡିସେମ୍ବର ୧୪ରେ ଫାଇନାଲ ମ୍ୟାଚ; ଏହି ଭାରତୀୟ ଖେଳାଳୀ ଦେଖାଇବେ ଦମ୍
- କୃଷିର ନିରନ୍ତର ଅଭିବୃଦ୍ଧି ପାଇଁ ଶୀତଳ ଭଣ୍ଡାର ଏକ ସହାୟକ ପରିବେଶ ସୃଷ୍ଟି କରିବ: କୃଷି ମନ୍ତ୍ରୀ
- ପରଲୋକରେ ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ର
- ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣରେ ସମ୍ବର୍ଦ୍ଧିତ ହେଲେ ରାଜ୍ୟର ୩୦ ଛାତ୍ରଛାତ୍ରୀ; ଯିବେ ISRO
- ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ, ପରେ ଅନ୍ୟ ଟ୍ରେନରେ ବି ହେବ ଉପଲବ୍ଧ…
- ସତରେ କଣ ଘରର ସୁନା ଯୋଗିଥାଏ ସାପ ? କ’ଣ କହୁଛି ଧର୍ମ…
- ଆପଣଙ୍କ ଶରୀରରେ ରହିଛିକି ଭିଟାମିନ ଡି ଅଭାବ: ସାବଧାନ! ମନକୁ ଆସିପାରେ ଆତ୍ମତ୍ୟା କରିବାର ଚିନ୍ତା…
- ନିଜ ଦେହର ମାଂସ ଖାଇଗଲେ କଏଦୀ ! ଛାତିଥରା ଘଟଣା
- ଆପଣଙ୍କ ପାସୱାର୍ଡ ଆଉ ଜଣଙ୍କ ପାଖରେ! ଜାଣନ୍ତୁ କିଏ…
Comments are closed.