Latest Odisha News

BREAKING NEWS

କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହିବାକୁ ନେଇ ଆକ୍ରମଣ; ଜଣେ ଗୁରୁତର

ଯାଜପୁର: ଯାଜପୁର ସଦର ଥାନା ଅନ୍ତର୍ଗତ କାକୁଡିକୁଦ ପଂଚାୟତର ନିଳକଣ୍ଠପୁର ଗାଁରେ ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ ନେଇ ଗଣ୍ଡଗୋଳ ଘଟିଛି । ଗଣ୍ଡଗୋଳରେ ଜଣେ  ବ୍ୟକ୍ତି ଗୁରୁତର ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଗାଁର ଜଣେ ଯୁବକ ଜିଲା ଓ ଜିଲା ବାହାରୁ ବୁଲାବୁଲି କରି ଗାଁକୁ ଆସିବା ପରେ ସରକାରୀ କ୍ୱାରେଣ୍ଟାଇନରେ ରହିନଥିଲେ । ଏହାକୁ ନେଇ କେତକ ଗ୍ରାମବାସୀ ସରପଂଚଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପଂଳ କିଛି ମିଳିନଥିଲା । ପଂଳରେ ବାଧ୍ୟ ହୋଇ ଗ୍ରାମବାସୀ ଏକତ୍ରିତ ହୋଇ ସେହି ଯୁବକଙ୍କୁ ପଚାରିବାକୁ ଯାଇଥିବା ବେଳେ ସଂପୃକ୍ତ ଯୁବକ ଙ୍କ ସହିତ ପରିବାର ଲୋକେ ଗ୍ରାମବାସୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ପରିବାର ଲୋକଙ୍କ ଶାବଳ ମାଡରେ ଗ୍ରାମବର ସୁଧିର କୁମାର ଦାସଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୁଣ୍ଡରେ ଷ୍ଟିଚ ପକାଇ ଚିକିତ୍ସିତ କରିବା ପରେ ଛାଡି ଦିଆଯାଇଛି ।

ଏନେଇ ଯାଜପୁର ସଦର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲେ ହେଁ କୌଣସି ଅଭିଯୁକ୍ତ ଧରାପଡିନାହାଁନ୍ତି ।

Leave A Reply

Your email address will not be published.