Latest Odisha News

BREAKING NEWS

ମହାକାଶ ଆଡଭେଂଚର ଫିଲ୍ମରେ ଅଭିନୟ କରିବେ ଟମ୍ କ୍ରୁଜ୍‌

ମୁମ୍ବାଇ: ହଲିଉଡର ପ୍ରତିଷ୍ଠିତ ଅଭିନେତା ଟମ୍ କ୍ରୁଜ ତାଙ୍କ ନୂତନ ଫିଲ୍ମ ନେଇ ଘୋଷଣା କରିଛନ୍ତି । ମହାକାଶର କାହାଣୀ ଉପରେ ଆଧାରିତ ଏକ ଆଡଭେଂଚର ଫିଲ୍ମରେ ଏହି ହ୍ୟାଣ୍ଡସମ ଅଭିନେତା ଅଭିନୟ କରିବେ । ରିପୋର୍ଟ ମୁତାବକ ଫିଲ୍ମର ଶୁଟିଂ ପାଇଁ କ୍ରୁଜ ଏଲୋନ ମସ୍କର ବିମାନ କମ୍ପାନୀ ସ୍ପେଶ ଏକ୍ସ ଏବଂ ସ୍ପେଶ ଏଜେନ୍ସି ନାସା ସହିତ ଆଲୋଚନା କରିଛି । ନାସା ପକ୍ଷରୁ ଏଥିନେଇ ଏ ପର୍ଯ୍ୟନ୍ତ ସମ୍ମତି ପ୍ରକାଶ କରାଯାଇ ନାହିଁ ।

ଏହି ଫିଲ୍ମ ପାଇଁ ସମ୍ପୂର୍ଣ୍ଣ ଭାବେ ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାର କରାଯିବ । କ୍ରୁଜ ଫିଲ୍ମକୁ ଜୀବନ୍ତ କରିବା ପାଇଁ ପ୍ରଶିକ୍ଷଣ ନେବା ଆରମ୍ଭ କରିଛନ୍ତି ।

Comments are closed.