Latest Odisha News

BREAKING NEWS

ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂଖ୍ୟା ୨୦୯ ଛୁଇଁଲା

ଭୁବନେଶ୍ୱର : ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ବାଲେଶ୍ୱରର ହୋଇଥିବା ବେଳେ ଜଣେ ଜଗତସିଂହପୁରର ବୋଲି ଜଣାପଡିଛି । ଏଥି ସହିତ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୨୦୯ରେ ପହଞ୍ଚିଛି ।

ଗୁରୁବାର ସକାଳେ ଜଗତସିଂହପୁରରେ ୪ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏମାନେ ସୁରତରୁ ଫେରନ୍ତା ହୋଇଥିବା ବେଳେ ଏବେ ନୂଆ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍ ରୋଗୀ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି । ତାଙ୍କ ବୟସ ୭୦ ବର୍ଷ ।

ସେପଟେ ବାଲେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୫ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ନୂଆ ଚିହ୍ନଟ ହୋଇଥିବା ଦୁଇ କରୋନା ପଜିଟିଭ୍ ରୋଗୀ ସୁରତ ଫେରନ୍ତା ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ବୟସ ୨୯ ଓ ୨୬ ବର୍ଷ ।

Leave A Reply

Your email address will not be published.