Latest Odisha News

BREAKING NEWS

ଅଜିତ ଯୋଗୀଙ୍କୁ ହୃଦଘାତ, ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ

ଭୁବନେଶ୍ୱର : ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କୁ ହୃଦଘାତ । ଗୁରୁତର ଅବସ୍ଥାରେ ତାଙ୍କୁ ରାୟପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭେଂଟିଲେଟରରେ ରଖାଯାଇଥିବା ଡାକ୍ତର କହିଛନ୍ତି ।

୭୪ ବର୍ଷୀୟ ଏହି ରାଜନେତା ଆଜି ଘର ବଗିଚାରେ ବୁଲୁଥିବା ବେଳେ ସେ ହଠାତ୍ ଚେତାଶୂନ୍ୟ ହୋଇପଡିଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଜଣେ ପ୍ରଶାସନିକ ଅଧିକାରୀରୁ ରାଜନେତା ପାଲଟିଥିବା ଅଜିତ ଯୋଗୀ କଂଗ୍ରେସ ପକ୍ଷରୁ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସେ ୨୦୦୦ ମସିହା ନଭେମ୍ବର ମାସରୁ ୨୦୦୩ ମସିହା ନଭେମ୍ବର ଯାଏଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.