Latest Odisha News

BREAKING NEWS

ସ୍ୱତନ୍ତ୍ର ଟ୍ରେନ ଯୋଗେ ଯାଜପୁର ଫେରୁଛନ୍ତି ପ୍ରବାସୀ; ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ

ଯାଜପୁର: ସ୍ୱତନ୍ତ୍ର ଟ୍ରେନ ଯୋଗେ ଅନେକ ସଂଖ୍ୟାରେ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଯାଜପୁର ଜିଲ୍ଲାକୁ ପ୍ରତ୍ୟାବର୍ତନ କରିବେ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।

ଟ୍ରେନ୍ ଯାଜପୁର କେନ୍ଦୁଝର ରୋଡ ରେଳ ଷ୍ଟେସନରେ ପହଂଚିବାକୁ ଥିବା ବେଳେ ସେଠାରେ ରେଳ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ବନ୍ଦୋବସ୍ତ କରାଯାଇଛି।

ଆଗାମୀ ୨୪ ଘଂଟା ମଧ୍ୟରେ ଏହି ରେଳ ଷ୍ଟେସନରେ ସ୍ୱତନ୍ତ୍ର ଟ୍ରେନରେ କିଛି ପ୍ରବାସୀ ଆସି ପହଂଚିବାର ଯୋଜନା ଥିବାରୁ ଜିଲ୍ଲାର ବିଭିନ୍ନ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ କୋରାଇ ବିଧାୟକ ଅଶୋକ କୁମାର ବଳ ରେଳ ଷ୍ଟେସନରେ ପହଞ୍ଚି କ୍ଷେତ୍ର ପରିଦର୍ଶନ କରିଛନ୍ତି ।

ଏଠାରେ ପ୍ରବାସୀ ଓଡ଼ିଆ ପହଂଚିବା ପରେ ସେମାନଙ୍କ ପଞ୍ଜିକରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ରେଳଷ୍ଟେସନ ସମ୍ମୁଖରେ ୧୦ଟି ବ୍ଲକ୍ ଓ ୨ଟି ମୁନିସିପାଲିଟି ଅଞ୍ଚଳ ପାଇଁ ଏଠାରେ ଷ୍ଟଲ ଗୁଡିକ ଖୋଲାଯାଇଛି ।

ପ୍ରଶାସନ ପକ୍ଷରୁ ସେମାନଙ୍କୁ ଏଠାରେ ପଞ୍ଜିକୃତ କରାଯାଇ ନିଜ ନିଜ ଅଞ୍ଚଳର କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଯିବ । ସେଠାରେ ରଖାଯାଇ ସେମାନଙ୍କ ସ୍ବାବ୍ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ ।

ଯାଜପୁର ଜିଲ୍ଲା ବର୍ତ୍ତମାନ ରାଜ୍ୟର ଦ୍ଵିତୀୟ ସର୍ବାଧିକ ପଜିଟିଭ ପ୍ରଭାବିତ ଅଂଚଳ ମଧ୍ୟରୁ ଭାବେ ପରିଗଣିତ ହୋଇଛି । ତେଣୁ ପ୍ରବାସୀ ମାନଙ୍କର ରେଜିଷ୍ଟ୍ରେସନ ଠାରୁ ଆରମ୍ଭ କରି ହାତରେ କୋଭିଡ଼ ଷ୍ଟାମ୍ପ ମରାଯିବା ଏବଂ ସେମାନଙ୍କ ସ୍ୱଳ୍ପ ରହଣି ନିମନ୍ତେ ଟେଣ୍ଟ ଭଳି ସମସ୍ତ ଆନୁସଙ୍ଗିକ କାର୍ଯ୍ୟର ପ୍ରସ୍ତୁତି ସରିଛି ।

Leave A Reply

Your email address will not be published.