Latest Odisha News

BREAKING NEWS

ଏମ୍ସରୁ ଡିସ୍‌ଚାର୍ଜ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ମଙ୍ଗଳବାର ଦିନ ଦିଲ୍ଲୀସ୍ଥିତ ଏମ୍ସରୁ ଡିସଚାର୍ଜ ହୋଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି ।

ଶ୍ରୀ ସିଂ ଛାତିରେ ଯନ୍ତ୍ରଣା ଅନୁଭବ କରିବା ଯୋଗୁଁ ରବିବାର ଦିନ ତାଙ୍କୁ ଚିକିତ୍ସା ନିମନ୍ତେ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

ଏମ୍ସର ହୃଦରୋଗ ପ୍ରଫେସର ଡଃ ନିତିଶ ନାଏକଙ୍କ ତତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଥିଲା ।

Comments are closed.