Latest Odisha News

BREAKING NEWS

ପ୍ରବାସୀ ଶ୍ରମିକଙ୍କୁ ବିଡ଼ିଓଙ୍କ ଦୁର୍ବ୍ୟବହାର ଅଭିଯୋଗ, ଭିଡିଓ ଭାଇରାଲ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଜଣେ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଏ) ସୁରଟରୁ ଫେରନ୍ତା କିଛି ପ୍ରବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

“ଚୁପ କର! ମୁଁ ଜଣେ ଓଏଏସ୍ ଅଧିକାରୀ, ତୁମ ପରି ପ୍ରବାସୀ ଶ୍ରମିକ ନୁହେଁ ଜ୍ଝ ନିଜ ସୀମାରେ ରୁହ, ”ଭିଡିଓରେ ବାଲିଆପାଳ ବିଡିଓ, ଛବିରାଣୀ ସାହୁଙ୍କ କଣ୍ଠ ସ୍ବର ଶୁଣିବାକୁ ମିଳିଥିଲା।

ଖବର ଅନୁଯାୟୀ, ଭୋକ ଲାଗିବାରୁ ଶ୍ରମିକମାନେ ଖାଦ୍ୟ ମାଗିବାରୁ ବିଡିଓ କ୍ଷୁବ୍ଧ ହୋଇଥିଲେ। “ତୁମ ପିତାମାତା ତୁମକୁ କୌଣସି ଆଚରଣ ଶିଖାଇ ନାହାଁନ୍ତି। ଖାଦ୍ୟର ବ୍ୟବସ୍ଥା ପାଇଁ ପାଞ୍ଚ ଘଣ୍ଟା ଲାଗିବ, ସେ ଯାଏଁ ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ ବୋଲି ଭିଡିଓରେ ସେ ପ୍ରବାସୀ ଶ୍ରମିକମାନଙ୍କୁ କହୁଥିବା ଶୁଣିବାକୁ ମିଳିଥିଲା।

ଅପରପକ୍ଷରେ ପ୍ରବାସୀ ଶ୍ରମିକମାନେ ପ୍ରଥମେ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି। ଯାହା ଫଳରେ ବିଡିଓ କ୍ରୋଧାନ୍ୱିତ ହୋଇ ଥିଲେ ବୋଲି ସେ ସ୍ପଷ୍ଟ କରିଛନ୍ତି।

Comments are closed.