Latest Odisha News

ରାଜ୍ୟର ୧୦ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲା; ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ

ଭୁବନେଶ୍ୱର: ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି ।

ସାରା ରାଜ୍ୟରେ ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗରମରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି । ଓଡ଼ିଶାର ୧୦ଟି ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ପାରଦ ରହିଥିବାର ରେକର୍ଡ଼ କରାଯାଇଛି । ଟିଟିଲାଗଡ଼ ପଛକୁ ତାଳଚେର ୪୨ ଡିଗ୍ରୀ, ମାଲକାନଗିରି ୪୧.୨ ଡିଗ୍ରୀ ଏବଂ ବଲାଙ୍ଗୀରର ତାପମାତ୍ରା ୪୧ ଡିଗ୍ରୀ ରହିଛି ।

ଅଧିକ ପଢନ୍ତୁ: ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଲାଗି ୪ଟି ଜିଲ୍ଲାକୁ ହାଇ ଆଲର୍ଟ !

ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି ଯେ, ଆଗାମୀ ତିନିରୁ ଚାରିଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ସେପରି ପରିବର୍ତ୍ତନ ହେବାର ସୂଚନା ନାହିଁ ।

ଇତିମଧ୍ୟରେ, ରାଜ୍ୟର କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ନୂଆପଡ଼ା ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଥିବା ଯୋଗୁଁ ୟେଲୋ ୱାର୍ଣ୍ଣିଂର ସତର୍କ ସୂଚନା ଦିଆଯାଇଛି । ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ: ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ସ୍ଥିତି ସମୀକ୍ଷା

ଆଜି ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୩୭.୮ ଡିଗ୍ରୀ ରହିଥିବା ବେଳେ ଦିନରେ ହ୍ୟୁମିଡ଼ିଟି ୯୨ ରହିଥିବାର ରେକର୍ଡ଼ କରାଯାଇଛି ।

Leave A Reply

Your email address will not be published.