ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ରାତିରୁ ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ହାର ବୃଦ୍ଧି କରିଛନ୍ତି। ଯାହା ଫଳରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ରବିବାର ଠାରୁ ବୃଦ୍ଧି ପାଇଛି।
ପେଟ୍ରୋଲ ଉପରେ ଭ୍ୟାଟ୍ ୨୬ ପ୍ରତିଶତରୁ ୩୨ ପ୍ରତିଶତକୁ ଏବଂ ଡିଜେଲ ଉପରେ ୨୬ ପ୍ରତିଶତ ରୁ ୨୮ ପ୍ରତିଶତକୁ ଭାଟ ବୃଦ୍ଧି କରାଯାଇଛି।
ଭାଟ୍ ହାର ବୃଦ୍ଧି ପରେ ପେଟ୍ରୋଲ ଲିଟର ପିଛା ୬୮.୫୮ ଟଙ୍କା ପରିବର୍ତ୍ତେ ୭୧ ଟଙ୍କାରେ ବିକ୍ରି ହେବା ବେଳେ ଡିଜେଲ ୧ ଲିଟର ୭୭.୭୦ ଟଙ୍କା ବଦଳରେ ୬୭ ୭୩ ଟଙ୍କାରେ ଟଙ୍କାରେ ବିକ୍ରି ହେବ ବୋଲି ସୂଚନା ମିଳିଛି।
ପେଟ୍ରୋଲ ଓ ଡିଜେଲ ଉପରେ ୨୦୧୬ ମସିହା ଜାନୁୟାରୀ ୫ ତାରିଖରେ ଭାଟ ହାର ୨୩ ରୁ ୨୬ ପ୍ରତିଶତ ବୃଦ୍ଧି କରାଯାଇଥିଲା।
Comments are closed.