Latest Odisha News

BREAKING NEWS

ବାତ୍ୟା ପାଇଁ ବାଲେଶ୍ୱରରେ ପ୍ରବେଶ ନିଷେଧ

ବାଲେଶ୍ୱର: ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା ଅମ୍ଫାନ । ଏହାଦ୍ୱାରା ଉପକୂଳ ଓଡ଼ିଶାର ପ୍ରମୁଖ ୪ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ବେଶେଷଭାବେ ପ୍ରଭାବିତ ହେବାକୁଥିବାବେଳେ ସବୁଠୁ ଅଧିକ ପ୍ରଭାବିତ ହେବ ବାଲେଶ୍ୱର । ଗୋଟିଏ ପଟେ କରୋନା ଜିଲ୍ଲାରେ ତାର କାୟା ବିସ୍ତାର କରିଚାଲିଥିବାବେଳେ ପୁଣି ବାତ୍ୟା ଭୟ ଜିଲ୍ଲା ପ୍ରଶାସନର ନିଦ ହଜାଇ ଦେଇଛି ।

ଏଭଳିସ୍ଥଳେ ଜିଲ୍ଲାର ବରିଷ୍ଠ ପଦାଧିକାରୀଙ୍କ ସହ ବୈଠକ ପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ । ନିଷ୍ପତ୍ତି ଅନୁସାରେ ଆଜି ସନ୍ଧ୍ୟାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାମଧ୍ୟରେ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି । ଜିଲ୍ଲା ବାହାରେ ରହୁଥିବା ବ୍ୟକ୍ତି ତଥା ପ୍ରବାସୀଙ୍କ ପ୍ରବେଶ ଉପରେ ଲଗାଯାଇଛି ଏହି କଟକଣା । ଅମ୍ଫାନ ଓଡ଼ିଶା ଉପକୂଳ ଅତିକ୍ରମ ନକରିବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।

Leave A Reply

Your email address will not be published.