Latest Odisha News

ଅମ୍ଫାନ ପ୍ରଭାବ: ପାରାଦୀପରେ ୧୦୦ କିମି ଅତିକ୍ରମ କଲା ପବନର ବେଗ

ଭୁବନେଶ୍ୱର: ଧୀରେଧିରେ ଶକ୍ତି ଗୋଟାଉଛି ବାତ୍ୟା ଅମ୍ଫାନ । ଲ୍ୟାଣ୍ଡଫଲର ସମୟ ଯେତିକି ନିକଟବର୍ତ୍ତୀ ହୋଇ ଆସୁଛି ଏହା ସେତିକି ଭୟଙ୍କର ରୂପ ଧାରଣ କରିଚାଲିଛି ।

ଅମ୍ଫାନରେ ବିଶେଷ କରି ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକ ଆଦି ଜିଲ୍ଲା ପ୍ରଭାବିତ ହେବା ନେଇ ସୂଚନା ମିଳିଛି।

ସଦ୍ୟତମ ସୂଚନା ଅନୁଯାୟୀ, ପାରାଦୀପଠାରୁ ଏହି ବାତ୍ୟା ଏବେ ୧୧୫ କିମି ଦୂରରେ ଗତି କରୁଛି । ପାରାଦୀପରେ ସର୍ବାଧିକ ୧୦୦ ରୁ ୧୦୦ କିମି ବେଗରେ ପବନ ବହିଥିବା ବେଳେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଜି ସନ୍ଧ୍ୟା ୮.୩୦ ରୁ ୧୦.୩୦ ମଧ୍ୟରେ ଏହା ସୁନ୍ଦରବନ ଠାରେ ସ୍ଥଳଭାଗ ସ୍ପର୍ଶ କରିବ ।

ଅପରାହ୍ନ ୫ ଟା ସୁଦ୍ଧା ଅମ୍ଫାନ ଓଡ଼ିଶା ସୀମା ଅତିକ୍ରମ କରିବ ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପଟେ ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳରେ ବ୍ୟାପକ ଗଛ ଉପୁଡ଼ି ପଡିଛି ।

ପାରାଦୀପ ପରେ କେନ୍ଦ୍ରାପଡାର ଡାଙ୍ଗମାଳ ଓ ଭଦ୍ରକର ଧାମରା ଅଞ୍ଚଳରେ ପବନର ଗତି ବଢିବ ବୋଲି ଆକଳନ କରାଯାଉଛି । ପବନର ବେଗ ଘଣ୍ଟାପ୍ରତି ୧୨୫ କିମି ପର୍ଯ୍ୟନ୍ତ ହୋଇପାରେ ବୋଲି ଏସଆରସି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.