Latest Odisha News

BREAKING NEWS

ଝାରସୁଗୁଡ଼ା ସହରରେ ୫ ବର୍ଷର ନାବାଳକ କରୋନା ପଜିଟିଭ୍ ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରେ ଜଣେ ୫ ବର୍ଷର ନାବାଳକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

ମେ’ ୧୬ ତାରିଖରେ ଏହି ବାଳକ ଜଣକ ତା’ର ପରିବାର ସହିତ ଆଗ୍ରାରୁ ସହରର ମଙ୍ଗଳବଜାର ଘରକୁ ଫେରିଥିଲେ ।

ଏହି ନାବାଳକ ଜଣକ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ୨୮ ଦିନ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଜିଲ୍ଲା ମାଜିଷ୍ଟେ୍ରଟ ।

ଅଧିକ ପଢନ୍ତୁ – ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩ କରୋନା ଆକ୍ରାନ୍ତ; ୪୩୬ ରେ ପହଞ୍ଚିଲା ଆରୋଗ୍ୟଙ୍କ ସଂଖ୍ୟା

ଝାରସୁଗୁଡ଼ାର ସହରର ମଙ୍ଗଳବଜାର ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ ଭାବେ ଘୋଷିତ କରାଯିବାର କୌଣସି ଆବଶ୍ୟକ ନାହିଁ ଏବଂ ଏହି ପରିବାରକୁ ଏକ ମେଡ଼ିକାଲ୍ ଟିମ୍ ନିରୀକ୍ଷଣ କରୁଛି, ଏହା କହିଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ ।

ଅଧିକ ପଢନ୍ତୁ –ସମ୍ କୋଭିଡ ହସ୍ପିଟାଲ୍ ଡାକ୍ତରଙ୍କ ସଫଳତା: କରୋନା ଓ ଅନ୍ୟ ଦୁଃସାଧ୍ୟ ରୋଗରୁ ସୁସ୍ଥ ହେଲେ ମହିଳା

ପୂର୍ବରୁ ଏହି ଜିଲ୍ଲାରୁ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ଏବଂ ଦୁଇଜଣ ମଧ୍ୟ ସୁସ୍ଥ ହୋଇ ସାରିଛନ୍ତି । ପ୍ରଥମ ପଜିଟିଭ୍ ଏପ୍ରିଲ୍ ୨୯ରେ ଚିହ୍ନଟ ହୋଇଥିବା ବେଳେ ମେ’ ୨ ତାରିଖରେ ଦ୍ୱିତୀୟ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

Comments are closed.