ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀ ଏବଂ ଗୁଜରାଟରେ ଆତଙ୍କବାଦୀମାନେ ବଡ ଧରଣର ଆକ୍ରମଣ କରିବେ ବୋଲି ଷଡଯନ୍ତ୍ର କରୁଛନ୍ତି । ଗୋଇନ୍ଦା ବିଭାଗ ପକ୍ଷରୁ ଏହି ସତର୍ତ ସୂଚନା ମିଳିବା ପରେ ଦିଲ୍ଲୀ ଓ ଗୁଜରାଟ ସରକାର ହାଇ ଆଲର୍ଟରେ ରହିବାକୁ ପରାମର୍ଶ ଦିଆଯାଇଛି । ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଜମ୍ମୁ-କାଶ୍ମୀରରେ ପ୍ରବେଶ କରିବା ପାଇଁ ଆତଙ୍କବାଦୀମାନେ ଯୋଜନା କରୁଛନ୍ତି ।
ଭାରତୀୟ ସେନା ଆଲର୍ଟ ଥିବାରୁ ସେମାନେ ଏଥିରେ ପ୍ରାୟତଃ ସଫଳ ହୋଇପାରୁ ନାହାନ୍ତି । ଏପରିକି କରୋନା ସଂକ୍ରମିତଙ୍କୁ ମଧ୍ୟ ଭାରତ ଭିତରକୁ ପଠାଇବା ପାଇଁ ପାକିସ୍ତାନ ଷଡଯନ୍ତ୍ର କରୁଛି । ୩୦୦ରୁ ଅଧିକ ଆତଙ୍କବାଦୀ ସୀମା ନିକଟରେ ରହିଛନ୍ତି । ଭାରତୀୟ ସେନା ମୁଖ୍ୟ ମଧ୍ୟ ଏ ନେଇ ଆଶଙ୍କା ବ୍ୟକ୍ତ କରିଥିଲେ । କାଶ୍ମୀରରେ ଆତଙ୍କବାଦୀକୁ ଖୋଜିକି ସେନା ମାରୁଥିବାରୁ ପାକିସ୍ତାନ ବ୍ୟସ୍ତ ବିବ୍ରତ ହୋଇପଡିଛି ।
Comments are closed.