ଭୁବନେଶ୍ୱର: ରାଜ୍ୟରେ ସଂକ୍ରମିତଙ୍କ ତୁଳନାରେ ବଢ଼ୁଛି କରୋନା ଜନିତ ସୁସ୍ଥ ହାର । ଆଜି ସକାଳେ ୧୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମଧ୍ୟାହ୍ଣରେ ଆଉ ୯୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।
1 each from Dhenkanal, Gajapati & Jajpur
The total recovered cases of Odisha now stand at 1416
— H & FW Dept Odisha (@HFWOdisha) June 3, 2020
ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଦେବଗଡର ସର୍ବାଧିକ ୨୨ ଜଣ ଅଛନ୍ତି । ସେହିପରି ପୁରୀରୁ ୧୬, ନୟାଗଡରୁ ୧୫, ବଲାଙ୍ଗିରରୁ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ଅନୁଗୁଳ ଏବଂ ବାଲେଶ୍ୱରରୁ ୫ ଜଣ ଲେଖାଏଁ, ଭଦ୍ରକ ଓ ସୁନ୍ଦରଗଡରୁ ୩ଜଣ ଲେଖାଏଁ, କଟକ, ଖୋର୍ଦ୍ଧା, ଗଂଜାମ, କଳାହାଣ୍ଡି ଓ ବରଗଡରୁ ୨ ଜଣ ଲେଖାଏଁ, ଢ଼େଙ୍କାନାଳ, ଗଜପତି, ଏବଂ ଜୟପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୪୧୬ରେ ପହଂଚିଛି ।
Comments are closed.