Latest Odisha News

ବିଜେପି ନେତା ସମ୍ବିତ ପାତ୍ରଙ୍କ କରୋନା ଟେଷ୍ଟ ନେଗେଟିଭ

ଭୁବନେଶ୍ୱର: ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କର କରୋନା ଟେଷ୍ଟ ରିପୋର୍ଟ ରବିବାର ଦିନ ନେଗେଟିଭ ବାହାରିବା ପରେ ସେ ଗୁରୁଗାଓଁ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।

ଗତ ମେ ୨୮ ତାରିଖରେ ତାଙ୍କ ଶରୀରରେ କୋଭିଡ-୧୯ ଲକ୍ଷଣ ଦେଖାଯିବା ପରେ ଶ୍ରୀ ପାତ୍ରଙ୍କୁ ଚିକିତ୍ସା ନିମନ୍ତେ ମେଡାଣ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଅଧିକ ପଢନ୍ତୁ- କରୋନା ଲକ୍ଷଣ ଦେଖାଯିବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର

ତେବେ ଏହି ବିଜେପି ନେତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲେ ମଧ୍ୟ ତାଙ୍କୁ ଆଉ କିଛି ଦିନ ବିଶ୍ରାମ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ବୋଲି ସୁତ୍ରରୁ ପ୍ରକାଶ ।

Comments are closed.