Latest Odisha News

BREAKING NEWS

ସୁନ୍ଦରଗଡରେ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ମଙ୍ଗଳବାର ଦିନ ୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ।

ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତମାନେ ପୁରୁଷ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୪ ଜଣ କ୍ୱାରେନଣ୍ଟାଇନ୍ ସେଣ୍ଟରର ଏବଂ ବାକି ୩ ସ୍ଥାନୀୟ ମାମଲା ।

ଆହୁରି ମଧ୍ୟ ସମସ୍ତ ୭ ଜଣ ସବଡେଗା ଟିମସିର ହୋଇଥିବା ବେଳେ ୪ଜଣ ମହାରାଷ୍ଟ୍ର ଫେରନ୍ତା ଏବଂ ଅନ୍ୟ ୩ ଜଣଙ୍କ ମଧ୍ୟରେ ରହିଛନ୍ତି ଜଣେ ସରପଞ୍ଚଙ୍କ ଦୁଇ ଜଣ ଜଗୁଆଳୀ । ଯେଉଁମାନେକି ପ୍ରବାସୀମାନଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ।

ଅପରପକ୍ଷରେ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲାର ହାଇଟେକ୍ ମେଡିକାଲକୁ ନିଆଯାଇଥିବା ବେଳେ ଉକ୍ତ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।

Leave A Reply

Your email address will not be published.