Latest Odisha News

BREAKING NEWS

ସୁଶାନ୍ତ ସିଂ ରାଜପୁତ ଓ ବରୁଣ ଶର୍ମାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ଆତ୍ମହତ୍ୟା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଓ ବରୁଣ ଶର୍ମାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ ଆତ୍ମହତ୍ୟା କରିଛନ୍ତି । ସୋମବାର ରାତିରେ ସେ ରହୁଥିବା ମାଲାଦ ଅଂଚଳରେ ରହୁଥିବା ଆପାର୍ଟମେଣ୍ଟର ୧୪ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ତାଙ୍କୁ ତୁରନ୍ତ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।
ସୁଶାନ୍ତ ରାଜପୁତ ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ‘ଏହା ଏକ ଦୁଃଖଦ ଘଟଣା । ଦିଶାଙ୍କ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କ ଆତ୍ମାକୁ ଶାନ୍ତି ମିଳୁ । ’


ସେହିପରି ବରୁଣ ଗଭୀର ଶୋକପ୍ରକାଶ କରିବା ସହ ଇନଷ୍ଟାଗ୍ରାମରେ ତାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଦିଶା ତାଙ୍କର ଜଣେ ଭଲ ବନ୍ଧୁ ଥିଲେ । ତାଙ୍କୁ ସେ ବହୁତ ମିସ୍ କରିବେ ବୋଲି ସେ ଲେଖିଛନ୍ତି । ସେ ଏହି ଘଟଣାକୁ ସହଜରେ ବିଶ୍ୱାସ କରିପାରୁ ନ ଥିବା କହିଛନ୍ତି ।

ସୋନାକ୍ଷୀ ସିହ୍ନା, ମୌନି ରୟ ଏବଂ ଅନ୍ୟ ବଲିଉଡ ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ଦିଶାଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ଦିଶା ‘ମେରେ ଡାଡ୍ କି ମାରୁତି’ର ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଓ କମେଡି କୁଇନ ଭାରତୀ ସିଂଙ୍କର ମଧ୍ୟ ମ୍ୟାନେଜର ଥିଲେ ।

Leave A Reply

Your email address will not be published.