Latest Odisha News

BREAKING NEWS

ଆଜି ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ; ଜାଣନ୍ତୁ ଏହା କିପରି ହୁଏ ପ୍ରସ୍ତୁତ

ପୁରୀ: ଅଣସରରେ ତିନି ଠାକୁର। ୧୦୮ ଗରା ପାଣିରେ ଗାଧୋଇ ପଡିଛନ୍ତି ଜ୍ୱରରେ। ଏହି ଜ୍ୱରର ଉପଚାର ପାଇଁ ଆବଶ୍ୟକ ହୋଇଥାଏ “ଫୁଲୁରି ତେଲ’ ଓ “ଦଶମୂଳ ମୋଦକ’ । ଆଜି ଏହି ଫୁଲିରି ତେଲ ଶ୍ରୀ ବିଗ୍ରହଙ୍କ ପାଦରେ ଘସାଯିବ । ଏହାଦ୍ୱାରା ମହାପ୍ରଭୁଙ୍କୁ ଜ୍ୱର ଛାଡି ଯାଏ ବୋଲି କୁହାଯାଏ ।
ଆଷାଢ଼ କୃଷ୍ଣ ପଞ୍ଚମୀ ବା “ଅଣସର ପଞ୍ଚମୀ’ ଦିନ ଏହି ନୀତି ହୁଏ । ଓଡ଼ିଆ ଭାଗବତକାର ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ବଡ଼ଓଡ଼ିଆ ମଠ ଏହା ଯୋଗାଇ ଥାଆନ୍ତି ।

ତେବେ ଆସନ୍ତୁ ଜାଣିବା ଏହି “ଫୁଲୁରି ତେଲ’ର ପ୍ରସ୍ତୁତିବିଧି…

ଶ୍ରୀଜିଉଙ୍କ ଜ୍ୱର ଉପଚାର ପାଇଁ ବ୍ୟବହୃତ ଏହି ତେଲ ଏକ ପ୍ରକାରର ସୁବାସିତ ତେଲ । ତେଲ ଓ ଫୁଲ ଏହାର ମୁଖ୍ୟ ଉପାଦାନ ହୋଇଥିବାରୁ ଏହାକୁ “ଫୁଲୁରି ତେଲ’ କୁହାଯାଏ । ଘଣାପେଡ଼ା ରାଶି ତେଲରୁ ଏହା ପ୍ରସ୍ତୁତ ହୋଇଥାଏ । ବେଣା ଚେର ଓ କୃଷ୍ଣଭୋଗ ଧାନ ସହିତ ମାଳତୀ, କିଆ, କେତକୀ ଓ ବଉଳ ଫୁଲ ପଡ଼ି ପ୍ରାକୃତିକ ପଦ୍ଧତିରେ ଏହାକୁ ପ୍ରସ୍ତୁତ କରାଯାଏ ।
ଏଥିପାଇଁ ଆବଶ୍ୟକ ହୋଇଥାଏ ୫ ସେର ରାଶି ତେଲ। ନବକଳେବର ବର୍ଷରେ ଏହି ତେଲର ପରିମାଣ ୨ଗୁଣ ହୋଇଥାଏ । ମୁହଁ ବନ୍ଦ ମାଟିପାତ୍ରରେ ଏସବୁକୁ ରଖି ମାଟି ତଳେ ପୋତି ଦିଆଯାଏ । ୧ ବର୍ଷ ମାଟି ଭିତରେ ରହିବା ପରେ ତାହାକୁ ବାହାର କରି, ଛାଣି “ଫୁଲୁରିଲାଗି’ ନୀତି ପାଇଁ ଶ୍ରୀମନ୍ଦିରକୁ ପଠାଯାଏ ।

Leave A Reply

Your email address will not be published.