Latest Odisha News

BREAKING NEWS

ଦିଲ୍ଲୀ ଓ ମହାରାଷ୍ଟ୍ରରେ ହୋଇନି ଗୋଷ୍ଠୀ ସଂକ୍ରମଣ!

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନକୁ ବୃଦ୍ଧି ପାଉଛି କରୋନା ସଂକ୍ରମିତ ସଂଖ୍ୟା । ବିଶେଷ କରି ଦୁଇ ପ୍ରମୁଖ ସହର ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ପାଖାପଖି ହୋଇଥିବା ବେଳେ ଦିଲ୍ଲୀରେ ୩୫ ହଜାର ଟପିଲାଣି । ଏହାକୁ ଦୃଷ୍ଟିରେ ରଖି ଏଠି ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ତେବେ ଏହି କଥାକୁ ଖଣ୍ଡନ କରିଛନ୍ତି ମହାରାଷ୍ଟ୍ର ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, ମହାରାଷ୍ଟ୍ରରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ ମୁଁ ବିଶ୍ୱାସ କରୁ ନାହିଁ । ସଂକ୍ରମଣ ବଢ଼ୁଥିବାରୁ ଗୋଷ୍ଠୀ ସଂକ୍ରମଣ ହୋଇଥାଇପାରେ ବୋଲି ଲୋକେ ଅନୁମାନ କରୁଛନ୍ତି । କିନ୍ତୁ ଏହା ସତ ନୁହେଁ । ଏବେ ମହାରାଷ୍ଟ୍ରରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜି ନାହିଁ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଦିଲ୍ଲୀରେ ମଧ୍ୟ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଦିଲ୍ଲରୀରେ ଏଭଳି କିଛି ସ୍ଥାନ ରହିଛି, ଯେଉଁଠି ଆକ୍ଟିଭ ସର୍ଚ୍ଚ କାମ ଅଧିକ କରିବାକୁ ପଡିବ । ବିଶେଷ କରି କଂଟେନମେଂଟ ଜୋନ୍ ଏବଂ ସିଲ୍ ହୋଇଥିବା ଅଂଚଳ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ଦିଲ୍ଲୀରେ ଏଯାଏଁ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.