Latest Odisha News

ରାଜ୍ୟରେ ଆଉ ୨ ପୋଲିସ ଅଧିକାରୀ କରୋନା ଆକ୍ରାନ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆଉ ଦୁଇଜଣ ବରିଷ୍ଠ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗଞ୍ଜାମ ଏସପି ବ୍ରିଜେଶ ରାୟ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ଯେ ଛତ୍ରପୁର ଥାନାର ଆଇଆଇସି ଏବଂ ଛତ୍ରପୁରର ଏସଡିପିଓ ମଧ୍ୟ କରୋନା ପଜିଟିଭ ହୋଇଛନ୍ତି।

ଏହି ଦୁଇ ଅଧିକାରୀ ବର୍ତ୍ତମାନ ହୋମ୍ କ୍ବାରେନଣ୍ଟାଇନରେ ଅଛନ୍ତି, ସେମାନେ କ୍ବାରେନଣ୍ଟାଇନ କେନ୍ଦ୍ର ପରିଦର୍ଶନ ସମୟରେ ଏହି ଭୂତାଣୁ ଦ୍ଵାରା ସଂକ୍ରମିତ ହୋଇଥାଇପାରନ୍ତି।

“ଆମେ ଏସଡିପିଓ କାର୍ଯ୍ୟାଳୟ ଏବଂ ଛତ୍ରପୁର ଥାନାର ସମସ୍ତ କର୍ମଚାରୀଙ୍କ ଉପରେ ନଜର ରଖିଛୁ, ଯେଉଁମାନଙ୍କର ସ୍ବାବ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏହାଛଡା ସେମାନେ ହୋମ୍ କ୍ବାରେନଣ୍ଟାଇନରେ ରହିଛନ୍ତି”।

“ଆମେ ପୋଲିସ ଅଧିକାରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ” ବୋଲି ସେ କହିଛନ୍ତି।

Comments are closed.