Latest Odisha News

BREAKING NEWS

ଯାତ୍ରୀ ହେଉନ’ଥିବା ଯୋଗୁଁ ଚିନ୍ତାରେ ବସ୍ ମାଲିକ: ବନ୍ଦ କରିପାରନ୍ତି ସେବା

ଭୁବନେଶ୍ୱର: କରୋନା ମହାମାରୀ ଦ୍ରୁତଗତିରେ ବଢି ଚାଲିଥିବା ବେଳେ ଜନସାଧାରଣ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ଚେଷ୍ଟା କରୁଛନ୍ତି । ତେବେ କରୋନା ଭୂତାଣୁ ସଂକ୍ରମଣ ଭୟରେ ମଧ୍ୟ ସାଧାରଣ ଯାତ୍ରୀ ବସରେ ଯାତ୍ରା କରିବାକୁ ପସନ୍ଦ କରୁନାହାନ୍ତି । କ୍ଷତି ସହୁଛନ୍ତି ବସ୍ ମାଲିକ । ତେଣୁ ଘରୋଇ ବସ୍ ମାଲିକମାନେ ଯାତ୍ରୀ ହେଉନଥିବା ଯୋଗୁଁ ବସ୍ ଚଳାଚଳ ସେବା ବନ୍ଦ କରିବାକୁ ଚିନ୍ତା କରୁଛନ୍ତି ।

କରୋନା ମହାମାରୀ ଯୋଗୁଁ ସାରା ଦେଶରେ ଲକ୍‌ଡ଼ାଉନ୍ ପରିସ୍ଥିତି ଯୋଗୁଁ ଦୀର୍ଘ ୩ ମାସ ଧରି ବସ୍ ଚଳାଚଳ ସେବା ବନ୍ଦ ରହିଥିଲା । ପରେ ରାଜ୍ୟ ସରକାର ମେ ୨୮ ତାରିଖରେ ପୁନର୍ବାର ବସ୍ ଚଳାଚଳ ସେବା ଆରମ୍ଭ କରିଥିଲେ । ମାତ୍ର କରୋନାକୁ ଡରି ଯାତ୍ରୀମାନେ ବସରେ ଯାତ୍ରା କରିବାକୁ ଅନିଚ୍ଛୁକ ଭାବ ପ୍ରକାଶ କରୁଛନ୍ତି ।

ଏହାଫଳରେ, ଯେଉଁ ଦୂରଗାମୀ ବସର ମାଲିକମାନେ ଏଥିଯୋଗୁଁ ଅନେକ କ୍ଷତି ସହୁଛନ୍ତି । ଯାତ୍ରୀ ଅଭାବରୁ ବସ୍ ଚଳାଇବା ସମ୍ଭବ ହେଉନଥିବା ପ୍ରକାଶ କରିଛନ୍ତି । ଏପରିକି ବସ୍ ମାଲିକମାନେ ଦୈନିକ ଖର୍ଚ୍ଚ, ତେଲ ଖର୍ଚ୍ଚ କିମ୍ବା ଷ୍ଟାଫମାନଙ୍କୁ ପାଉଣା ଦେବା ଲାଗି ଅସୁଲ ହୋଇପାରୁନାହିଁ ।

“ଏଥିଯୋଗୁଁ ଦୈନିକ ୧୨,୦୦୦ ରୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡୁଛି । ଯେଉଁ ବସ୍ ଗୁଡ଼ିକ ରାତିରେ ଚଳାଚଳ କରୁଛି ସେହି ବସ୍ ଗୁଡ଼ିକ ଅଧିକ କ୍ଷତି ସହୁଛନ୍ତି ।” କ୍ଷୋଭ ପ୍ରକାଶ କରି କହିଛନ୍ତି ଅନେକ ବସ୍ ମାଲିକ ।

ଯଦି କିଛିଦିନ ମଧ୍ୟରେ ପରିସ୍ଥିତି ନ ସୁଧୁରି ଯାଏ ତେବେ ଆମେ ବାଧ୍ୟ ହୋଇ ବସ୍ ଚଳାଚଳ ସେବା ବନ୍ଦ କରିଦେବୁ ବୋଲି ସେମାନେ କହିଛନ୍ତି ।

Leave A Reply

Your email address will not be published.