Latest Odisha News

BREAKING NEWS

ସୁଶାନ୍ତଙ୍କୁ ଖୋଜୁଛି ‘ଫଜ୍‌’: ରୁମ୍ ବାହାରେ ଅପେକ୍ଷା କରିଛି ପୋଷା କୁକୁର

ମୁମ୍ବାଇ: ସୁଶାନ୍ତଙ୍କୁ ଖୋଜୁଛି ଫଜ୍ । ତାଙ୍କ ଫେରିବା ବାଟକୁ ଚାହିଁ ବସିଛି ଅଭିନେତା ସୁଶନ୍ତ ସିଂହ ରାଜପୁଜଙ୍କ ପୋଷା କୁକୁର । ତିନି ଦିନ ହେଲା ତାଙ୍କ ଅପେକ୍ଷାରେ ରୁମ୍‌ରେ ବାହାରେ ବସି ରହିଛି । କେତେବେଳେ ସୁଶାନ୍ତ ରୁମ୍‌ରୁ ବାହାରିବେ । ନା ଖାଉଛି, ନା ପିଉଛି । କେବଳ ତା’ ମାଲିକ ସୁଶାନ୍ତଙ୍କୁ ମନେ ପକାଉଛି । କେତେବେଳେ ତାଙ୍କ ଫଟୋ ଦେଖୁଛି ତ ଆଉ କେତେବେଳେ ଘର ଚାରିପଟେ ତାଙ୍କୁ ଖୋଜୁ ବୁଲୁଛି । ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପୋଷା କୁକୁର ‘ଫଜ’ ତାଙ୍କ ଫେରିବା ବାଟକୁ ଅନାଇ ବସିଛି । ହେଲେ ଅଜଣା ପୋଷା କୁକୁରଟି ଜାଣିନି ଯେ ସୁଶାନ୍ତ ଆଉ ଫେରିବେନି । ଜୁନ୍ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୁମ୍ବାଇର ବାନ୍ଦ୍ରା ସ୍ଥିତ ତାଙ୍କ ଗରେ ଫାସି ଲଗାଇ ଆତ୍ମହତ୍ୟା କରିଥିଲେ । ଏହାପରେ ଫଜ୍ ଏବେ ଏକା ହୋଇଯାଇଛି । ପୋଷା କୁକୁରଟି କେବଳ ଏବେ ସୁଶାନ୍ତଙ୍କୁ ଖୋଜୁଛି । କେତେବେଳେ ମୋ ମାଲିକ ଆସିବେ ଆଉ ମୋ ସାଙ୍ଗରେ ଖେଳିବେ । ସୁଶାନ୍ତ ମୃତ୍ୟୁ ପୂର୍ବରୁ ଫଜ ନାଁରେ ଏକ ମେଜେସ ଲେଖିଥିଲେ । ଯେ ତୁ ମୋତେ ମନେ ରଖିଲେ ମୁଁ ସମସ୍ତଙ୍କୁ ଭୁଲିଯିବ । ସୁଶାନ୍ତଙ୍କ ଏହି ମେସେଜଟି ‘ଫଜ୍‌’ ପାଇ ଥିଲା ଶେଷ ମେସେଜ ।

ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନ ଧରି ବିଷ‌ାଦଗ୍ରସ୍ତ ରହିବା ପରେ ଶେଷରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ଫାଶୀ ଲଗାଇ ରବିବାର ଜୀବନ ହାରିଛନ୍ତି ସୁଶାନ୍ତ ସିଂହ ରାଜପୁତ। ପୁଲିସ୍‌ ତାଙ୍କ ବିଷାଦ ରହିବା ପଛର କାରଣ ଖୋଜିବା ପାଇଁ ସୁଶାନ୍ତଙ୍କ ସହ ଘନିଷ୍ଠତା ଥିଲା ଲୋକଙ୍କ ରେକର୍ଡ ବୟାନ କରୁଛି।

Leave A Reply

Your email address will not be published.