Latest Odisha News

BREAKING NEWS

ଭାଙ୍ଗିଲେ ଲକଡାଉନ ନିୟମ, ଗଣିଲେ ୩୩,୯୦୦ ଟଙ୍କା ତଣ୍ଡ

ଗଞ୍ଜାମ: ଲକଡାଉନ ନିୟମ ଭାଙ୍ଗିଲେ ଅମାନିଆ । ଗଣିଲେ ମୋଟା ଅଙ୍କର ତଣ୍ଡ । ଗଂଜାମ ଜିଲ୍ଲା ବେଲଗୁଣ୍ଠାରେ ଆଜି ଲକଡାଉନ ନିୟମ ଭଙ୍ଗ ଅଭିଯୋଗରେ କେତେଜଣ ଅମାନିଆଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଛି ।

ଲକଡାଉନ ସମୟ ବେଳେ ବାଇକରେ ବୁଲୁଥିବା କେତେକ ଯୁବକଙ୍କଠାରୁ ତହସିଲଦାର ୧୭, ୭୦୦ ଶହ ଟଙ୍କା ଜରିମାନା ଆଦାୟ କରିଛନ୍ତି । ସେହିପରି ଏନ୍‌ଏସି ନିର୍ବାହୀ ଅଧିକାରୀ ମଧ୍ୟ କେତେକ ଅମାନିଆଙ୍କଠାରୁ ୧୬,୨୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି ।

ଗଂଜାମ ଜିଲ୍ଳାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ଶହ ପାର୍ କଲାଣି । ଏହାକୁ ନରରେ ରଖି ଏଠାରେ ମଧ୍ୟାହ୍ଣ ୧୨ଟାରୁ ସକାଳ ୭ଟାଏଁ ଲକଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏହି ସମୟରେ ଲୋକେ ଅତି ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହାରିବା ପାଇଁ ମଧ୍ୟ ବାରଣ ହୋଇଛି ।

Leave A Reply

Your email address will not be published.