Latest Odisha News

BREAKING NEWS

‘ମୁହଁ ନଖୋଲି ରଥଯାତ୍ରା ବନ୍ଦ କଲେ’

ଭୁବନେଶ୍ୱର: ଚଳିତ ବର୍ଷ ପୁରୀ ରଥଯାତ୍ରା ହେବବି । ଆଜି ଏନେଇ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖା ଦେଇଛି। ରଥଯାତ୍ରା ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିରୋଧୀ ।

ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ରଥଯାତ୍ରା ନ କରିବାକୁ ସରକାରଙ୍କର ଆଗରୁ ଯୋଜନା ଥିଲା। ମୁକ୍ତିମଣ୍ଡପ, ଶଙ୍କରାଚାର୍ଯ୍ୟଙ୍କ ସହ କଥା ହୋଇ ନିଷ୍ପତ୍ତି ନେଇପାରିଥାନ୍ତେ ବୋଲି ପ୍ରଦୀପ୍ତ ନାୟକ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୁପ୍ରିମକୋର୍ଟ ଯାଇ ଆଳ ଦେଖାଇ ମୁହଁ ନ ଖୋଲି ରଥଯାତ୍ରା ବନ୍ଦ କଲେ। ଜଗନ୍ନାଥ ସବୁ ଦେଖୁଛନ୍ତି ବୋଲି ପ୍ରଦୀପ୍ତ କହିଛନ୍ତି।

ସେହିଭଳି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ମଧ୍ୟ ରଥଯାତ୍ରା ବନ୍ଦ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କରୋନା ପାଇଁ ଦେଶ ଏବେ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି। ମନ କଷ୍ଟ ହେଲେ ବି କୋର୍ଟ ନିଷ୍ପତ୍ତି ଗ୍ରହଣ କରିବାକୁ ପଡ଼ିବ। ଏହା ବୋଧେ ପ୍ରଭୁଙ୍କ ଇଚ୍ଛା ବୋଲି ସମୀର କହିଛନ୍ତି।

ସେହିଭଳି କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି।  ତାରାବାହିନୀ ପତି କହିଛନ୍ତି, ସରକାର ସିଧାସଳଖ ବନ୍ଦ ନକରି ବୁଲାଇ ବଙ୍କାଇ ବନ୍ଦ କରିଦେଲେ। ସରକାରଙ୍କ ପ୍ରୟାସ ସଫଳ ହେଲା। ସରକାର ଭୟ କରୁଥିଲେ ଯେ ସିଧାସଳଖ ବନ୍ଦ କଲେ ଜଗନ୍ନାଥ ପ୍ରେମୀଙ୍କ ରୋଷର ଶିକାର ହେବେ। ସୁପ୍ରିମକୋର୍ଟଙ୍କ ରାୟ ହେଲେ ଆମକୁ ମାନିବାକୁ ପଡ଼ିବ।

Comments are closed.