Latest Odisha News

BREAKING NEWS

ଓଡିଆ ଖେଳାଳୀ ପପୁ ରାୟ ‘ଦେଓଧର ଟ୍ରଫି’ ଖେଳିବା ପାଇଁ ମନୋନୀତ

ଭୁବନେଶ୍ୱର : ଓଡିଆ କିକ୍ରେଟ ଖେଳାଳୀ ପପୁ ରାୟ ଦିନିକିଆ ଦେଓଧର ଟ୍ରଫି ଖେଳିବା ଲାଗି ମନୋନୀତ ହୋଇଛନ୍ତି । ଏହି ବାମହାତି ଓଡିଆ ବୋଲର ଭାରତୀୟ ସିନିୟର ‘ସି’ ଦଳ ଲାଗି ୫୦ ଓଭର ବିଶିଷ୍ଟ ଦିନିକିଆ ଦେଓଧର ଟ୍ରଫି କ୍ରିକେଟ ଲାଗି ଯୋଗ୍ୟତା ହାସଲ କରିଛନ୍ତି ।

ଆସନ୍ତା ଅକ୍ଟୋବର ୨୩ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଦେଓଧର ଟ୍ରଫି ଟୁର୍ଣ୍ଣାମେଣ୍ଟ ଖେଳିବା ଲାଗି ମନୋନୀତ ହୋଇଛନ୍ତି ।

ପୂର୍ବରୁ ଏହି ସିଜନରେ ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିରେ ପପୁ ୮ଟି ମ୍ୟାଚ ଖେଳି ୧୪ ଟି ୱିକେଟ ହାସଲ କରିଛନ୍ତି ।

ଏହି ଓଡିଆ ଖେଳାଳୀ ପପୁ ରାୟ ମନୋନୀତ ହୋଇଥିବା ‘ସି’ ଟିମର ଅଧିନାୟକ ଭାବେ ଅଜିଂକ୍ୟ ରାହାଣେ ଦାୟିତ୍ୱ ନେଇଛନ୍ତି । ଏଥିସହିତ ଏହି ଦଳରେ ଅନ୍ୟ ଅର୍ନ୍ତଜାତୀୟ ଖେଳାଳୀ ସୁରେଶ ରାଇନା, ଅଭିନବ ମୁକୁନ୍ଦ, ବିଜୟ ଶଙ୍କର ଏବଂ ୱାସିଂଟନ ସୁନ୍ଦର ପ୍ରମୁଖ ରହିଛନ୍ତି ।

Leave A Reply

Your email address will not be published.