Latest Odisha News

BREAKING NEWS

କରୋନାକୁ ଟ୍ରମ୍ପ କୁଙ୍ଗ ଫ୍ଲୁ ନାମଦେଲେ

ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ କରୋନା ଭାଇରସ୍  ପାଇଁ ପୁଣିଥରେ ଚୀନକୁ ଦାୟୀ କରିଛନ୍ତି । ଟ୍ରମ୍ପ କରୋନାକୁ ‘କୁଙ୍ଗ ଫ୍ଲୁ’ ବୋଲି କହିଛନ୍ତି । ସେ ବେଜିଂ ଉପରେ ଭାଇରସ୍ ସମ୍ପର୍କରେ ତଥ୍ୟ ଲୁଚାଇଥିବାର ଅଭିଯୋଗ ଆଣିଛନ୍ତି। ଟ୍ରମ୍ପ ପ୍ରଶାସନ ଅଧିକାରୀମାନେ ଏହାର ଉତ୍ପତ୍ତି କାରଣରୁ ଏହାକୁ ବୁହାନ ଭାଇରସ୍ ବୋଲି କହୁଛନ୍ତି ।

ଟ୍ରମ୍ପ କହିଛନ୍ତି, କୋଭିଡ୍-୧୯ ରୋଗର ଏତେ ନାଁ ରହିଛି, ଯେତିକି ଇତିହାସରେ କୌଣସି ରୋଗର ନାହିଁ । ମୁଁ ଏହାକୁ କୁଙ୍ଗ ଫ୍ଲୁ ବୋଲି କହିପାରେ । ମୁଁ ଏହାର ୧୯ଟି ଅଲଗା ଅଲଗା ନାଁ ଦେଇପାରିବି । ବହୁ ଲୋକ ଏହାକୁ ଭାଇରସ୍ କୁହନ୍ତି। କେହି କେହି ଏହାକୁ ଫ୍ଲୁ ବୋଲି କୁହନ୍ତି। ଏହା ଭିତରେ ପ୍ରାର୍ଥକ୍ୟ କ’ଣ? ମୋତେ ଲାଗୁଛି ଆମ ପାଖରେ ୧୯ କିମ୍ବା ୨୦ ଟି ନାଁ ରହିଛି। ‘କୁଙ୍ଗ ଫ୍ଲୁ’ ଶବ୍ଦ ଚୀନର ପାରମ୍ପାରିକ ମାର୍ଶଲ ଆର୍ଟ ‘କୁଙ୍ଗ ଫୁ’ ସହିତ ମେଳ ଖାଉଛି।

Comments are closed.