Latest Odisha News

ପୁରୀ ରଥଯାତ୍ରା ହେବା ସମ୍ଭାବନା ବଢିଲା : ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମର୍ଥନ

ନୂଆଦିଲ୍ଲୀ: ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ସମ୍ଭାବନା ବଢିଛି । ସୁପ୍ରିମକୋର୍ଟଙ୍କ ପୂର୍ବ ଆଦେଶର ସଂଶୋଧନ ଉପରେ ଶୁଣାଣି ପାଇଁ ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ରହିଥିବା ଖଣ୍ଡପୀଠ ସମ୍ମତି ପ୍ରଦାନ କରିଛନ୍ତି । ଜଷ୍ଟିସ୍ ମିଶ୍ରଙ୍କ ଖଣ୍ଡପୀଠରେ ଏହା ଉପସ୍ଥାପନ କରାଯିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂଶୋଧିତ ଭାବେ ପୁରୀରେ ରଥଯାତ୍ରା ଅନୁଷ୍ଠିତ କରାଯିବାକୁ ସମର୍ଥନ କରାଯାଇଛି ।

ଏହ ସହ ବର୍ଷ ଧରି ରହିଆସିଥିବା ପରମ୍ପରାକୁ ଭଙ୍ଗ ନ କରିବା ପାଇଁ କୁହାଯିବା ସହ ଏହା କୋଟି କୋଟି ଲୋକଙ୍କ ବିଶ୍ୱାସ ଓ ଭାବାବେଗ ସହ ଜଡିତ ଥିବା ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଦର୍ଶାଇଛନ୍ତି । ସେହିଭଳି ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ କେନ୍ଦ୍ର ସରକାରଙ୍କ ସହ ସହମତି ପ୍ରକାଶ କରିବା ସହ ନିର୍ଦ୍ଧିଷ୍ଟ ସତର୍କତା ଅବଲମ୍ବନ ସହିତ ପୁରୀରେ ରଥ ଯାତ୍ରା କରାଯାଇପାରିବ ବୋଲି କହିଛନ୍ତି ।

ଅନ୍ୟ ପକ୍ଷରେ ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ବିଭିନ୍ନ ବ୍ୟକ୍ତି ଓ ସଂଗଠନ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ପୂର୍ବ ନିର୍ଦ୍ଧାରିତ ଅନୁସାରେ ଜଷ୍ଟିସ୍ ଏସ ଆର୍ ଭଟ୍ଟ ଶୁଣାଣି କରିବେ ।

Leave A Reply

Your email address will not be published.