ଜୟପୁର: ରାଜସ୍ଥାନ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ଚେତାବନୀ ଦେଇ ଗୁରୁବାର ଦିନ କହିଛନ୍ତି, ବାବା ରାମଦେବଙ୍କ ଦ୍ୱାରା ପ୍ରସ୍ତୁତ କୋଭିଡ଼-୧୯ ଔଷଧ ଯେଉଁମାନେ ବିକ୍ରି କରୁଥିବେ ଧରାପଡ଼ିଲେ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ।
ଏପରିକି ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ବାବା ରାମଦେବ ରାଜ୍ୟ ସରକାରଙ୍କଠାରୁ ଏହି ଔଷଧ ବିକ୍ରି ଲାଗି କୌଣସି ଅନୁମତି ପ୍ରାପ୍ତ କରିନାହାନ୍ତି, କିମ୍ବା ତାଙ୍କ କମ୍ପାନୀ ଦ୍ୱାରା ଏହି ଔଷଧର କୌଣସି ବିଧି ମୁତାବକ କ୍ଲିନିକାଲ୍ ପରୀକ୍ଷା ହୋଇନାହିଁ ବୋଲି ହିନ୍ଦୁସ୍ଥାନ ଟାଇମ୍ସରେ ଏକ ରିପୋର୍ଟ ପକାଶିତ ହୋଇଛି ।
ଏହି ଔଷଧ ବିକ୍ରି ନିମନ୍ତେ ନା ରାଜ୍ୟ ସରକାର କୌଣସି ପ୍ରସ୍ତାବ ଗ୍ରହଣ କରିଛନ୍ତି କିମ୍ବା ଏହି ଔଷଧ ଲାଗି କୌଣସି କ୍ଲିନାକାଲ୍ ପରୀକ୍ଷା ହୋଇନାହିଁ । ଏସମ୍ପର୍କରେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ଅନୁମତି ପ୍ରଦାନ କରାଯାଇନାହିଁ । ଏହା କହିଛନ୍ତି ରାଜସ୍ଥାନର ସ୍ୱାସ୍ଥ୍ୟମନ୍ତ୍ରୀ ।
Comments are closed.