ଭୁବନେଶ୍ୱର: କରୋନା ସମୟରେ ସାମାଜିକ ଦୂରତା ନମାନି ରାଜନୈତିକ କାର୍ଯ୍ୟକ୍ରମ କରିଥିବାରୁ ପିସିସି ସଭାପତି ଜରିମାନା ଦେଇଛନ୍ତି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଠାରୁ ଫାଇନ କାଟିଛି ପୋଲିସ । ସେ ୫ଶହ ଟଙ୍କା ଫାଇନ୍ ଦେଇଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନାରେ ବିଫଳତାକୁ ନେଇ ୧୩ଟି ବିରୋଧୀ ଦଳ ମିଳିତ ପ୍ରତିବାଦ କରିଛନ୍ତି ।
ରାଜନୈତିକ କାର୍ଯ୍ୟକ୍ରମ ପାଇଁ କେବଳ ପିସିସି ସଭାପତି ଫାଇନ୍ ଦେଇନାହାଁନ୍ତି ବରଂ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସାଂସଦ ସପ୍ତଗିରି ଉଲ୍ଲାକା, ଆମ୍ ଆଦମୀ ପାର୍ଟି ନେତା ନିଶିକାନ୍ତ ମହାପାତ୍ର, ସିପିଆଇଏମ୍ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ ମଧ୍ୟ ଜରିମାନା ଦେଇଛନ୍ତି ।
Comments are closed.