Latest Odisha News

BREAKING NEWS

ଆଜି ହେରା ପଞ୍ଚମୀରେ ନନ୍ଦିଘୋଷ ରଥ ଭାଙ୍ଗିବେ ଲକ୍ଷ୍ମୀ ଠାକୁରାଣୀ

ପୁରୀ: ଶ୍ରୀକ୍ଷେତ୍ରରେ ଆଜି ପାଳିତ ହେବ ହେରା ପଞ୍ଚମୀ ନୀତି । ନନ୍ଦିଘୋଷ ରଥ ଭାଙ୍ଗିବେ ଲକ୍ଷ୍ମୀ ଠାକୁରାଣୀ । ଏଥିପାଇଁ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଆସିବେ ମାଆ ଲକ୍ଷ୍ମୀ । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନବ ଦିନାତ୍ମକ ଯାତ୍ରାରେ ଜନ୍ମବେଦୀକୁ ଆସିଛନ୍ତି ପ୍ରଭୁ ଜଗନ୍ନାଥ । ସାଙ୍ଗରେ ମାଆ ଲକ୍ଷ୍ମୀଙ୍କୁ ଆଣି ନାହାନ୍ତି ।

ସାଙ୍ଗରେ ଆଣି ନଥିବାରୁ ଅଭିମାନରେ ଅଛନ୍ତି ଲକ୍ଷ୍ମୀ ଠାକୁରାଣୀ । ପ୍ରଭୁ ଜଗନ୍ନାଥଙ୍କୁ ଫେରାଇ ଆଣିବା ପାଇଁ ଗୁଣ୍ଡିଚା ମନ୍ଦିର ଆସିବେ ଶ୍ରୀଦେବୀ । କିନ୍ତୁ ମହାପ୍ରଭୁ ନଅ ଦିନର ଯାତ୍ରା ନ ସରିଲେ ବଡ଼ଦେଉଳକୁ ଫେରିବେ ନାହିଁ ବୋଲି କହିବା ପରେ ମାଆ ଲକ୍ଷ୍ମୀ ରାଗି ଯାଆନ୍ତି ।

ଶ୍ରୀମନ୍ଦିର ବାହୁଡ଼ିବା ବେଳେ ବାଟରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗି ଦିଅନ୍ତି । ଏହାକୁ ହେରା ପଞ୍ଚମୀ ବୋଲି କୁହାଯାଏ । ହେରା ପଞ୍ଚମୀ ପରେ ବାହୁଡ଼ା ଯାତ୍ରା ପାଇଁ ଆରମ୍ଭ ହୋଇଥାଏ ପ୍ରସ୍ତୁତି ।

Leave A Reply

Your email address will not be published.